STORYMIRROR

Sunanda Mohanty

Abstract Tragedy Children

4  

Sunanda Mohanty

Abstract Tragedy Children

ଆଜି କଣ ଲେଖିବି

ଆଜି କଣ ଲେଖିବି

2 mins
89


ଘରୁ ବାହାରି ଆସିବା ପରେ ଭାବିନଥିଲି ଏତେ ଶୁନ୍ୟତା ଭିତରେ ଅଣନିଶ୍ଵାସି ହୋଇଯିବି ବୋଲି, ହେଲେ ମତେ ଟ୍ରେନରେ ବସେଇ ସେ ଯେବେ ଫେରିପଡିଲା, ରାହା ଧରି କାନ୍ଦୁଥିଲା, ଅଜଣା ଆଶଙ୍କା ରେ ତା ମୁଁହ ଥମଥମ, ଆଖି ଦୁଇଟାରେ ଅନେକ ପ୍ରଶ୍ନବାଚୀ, ଗାଡି ଛାଡିଲା ପରେ ବି ସେ କେବଳ ଦୁଇଟି ଶବ୍ଦ ଉଚ୍ଚାରଣ କରିଥିଲା ଆ.. ଜା, ଆଉ କାନ୍ଦୁଥିଲା, କିଛି ସମୟ ଝରକା ପଟେ ତାକୁ ଚାହିଁ ଚାହିଁ ମୁଁ ଅଣନିଶ୍ଵାସୀ ହୋଇଯାଉଥିଲି ହେଲେ ଟ୍ରେନ ଛାଡିଦେଲା, ଦେଖାଗଲାନି ଆଉ ତା ମୁଁହ କିନ୍ତୁ ଶୁଭୁଥିଲା, ଆ.. ଜା, ଆଉ ଭାସିଯାଉଥିଲା କେତେ ସ୍ମୃତି, ଚଷାମାଟିଏ ପାଇ "ଚଷା"କହି, ତା ଖୁସିହେବାର ଅମୁଲ୍ୟ ମୁହୂର୍ତ୍ତ ସହ ନୂଆ ଚପଲ ପାଇ "ପପ" କହି ତାର ଖୁସିର ସେଇ ମହାର୍ଘ ସମୟ ସହ ତାଳ ଦେଇ ତା ସହ କାଟିଥିବା ଏଇ କିଛିଦିନ ପରେ ତା ଠୁ ଦୂରେଇବା ର ଯନ୍ତ୍ରଣା ବହୁ ଭାରି ପଡିଥିଲା l

   ଷ୍ଟେସନ ଆସୁ ନାଆସୁ ଫୋନ ଆସିଲା, ଝିଅ ଜୋଇଁ ସହ ସେ, ସିଏ କଥା କୁହାଇ ଦେଉନଥିଲା, ହାଲୋ ହାଲୋ ଆ.. ଜା କହି କହି ଛଡେଇ ନେଉଥିଲା ଫୋନ, ଝିଅ ସିନା ମୋ ସ୍ୱାସ୍ଥ୍ୟ, ଖାଇବା, ବସିବା, ପାଣି ବୋତଲ ସହ ଟିଫିନ ଓ ଜିନିଷପତ୍ର କୁ ନେଇ ବ୍ୟସ୍ତ ହୋଇପଡୁଥିଲା ମୁଁ କିନ୍ତୁ ସେଇ ଧନଟାକୁ ଦେଖିବାକୁ ଥରେ ନୁହେଁ ଛୁଇଁବାକୁ ବିକଳ ହେଉଥିଲି l

   ସନ୍ଧ୍ୟା ଗଡି ରାତି ହେଲା, ସବୁ ରିଜର୍ଭ ବର୍ଥ ଗୁଡିକ ପୂରଣ ପରେ ମତେ ତଳ ସିଟରେ ସେମିତି ଅଣନିଶ୍ୱାସୀ ଲାଗୁଥାଏ, ତା ମାଆ ପାଠ ପଢିଲା ବେଳେ, ତାକୁ ଅନେକ ଥର ହଷ୍ଟେଲ ରେ ଛାଡି ଆସିବାକୁ ହୁଏ, ପୁଣି ଚାକିରୀ କଲାବେଳେ ତାକୁ ଛାଡିବାକୁ ଯାଇ ଫେରିବାକୁ ହୁଏ, ପୁଣି ତା ବାହାଘର ପରେ ଟିକେ ଶୁନ୍ୟ ଶୁନ୍ୟ ଲାଗିଥିଲା ସତ, ହେଲେ ତା ଛୁଆଟାକୁ ଛାଡି ଏମିତି ଅଣନିଶ୍ଵାସୀ ଲାଗିବ ଭାବିନଥିଲି, ତ ଉଠିବସି ଡ଼ାଇରୀ ଲେଖିବାକୁ ଲାଗିଲି ତ ସହଯାତ୍ରୀ କେହି କେହି ପଚାରିଥିଲେ ରାତି ଅନ୍ଧାରରେ ଏ ପ୍ରାକୃତିକ ଦୃଶ୍ୟାବଳି କିଛି ତ ଦେଖାଯାଉନି ଅଜ୍ଞା ଆଉ ନ ଶୋଇ କଣ ଲେଖୁଛନ୍ତି ଆପଣ, ଟିକେ ହସିଦେଇ କହିଲି ତା କଥା ଲେଖୁଛି, ସେ ଟିକେ ଆଶ୍ଚର୍ଯ୍ୟ ରେ ଚାହିଁ କହିଲେ ଭାବପ୍ରବଣ ସହ ରସିକତା ଖୁବ ଆପଣଙ୍କର, ହଁ ହଁ ରସିକତା ବଢ଼େଇ ମୋ ଝିଅ କୋଳରେ ସେ ଅସିଯାଇଛିନା, ମତେ ଡାକୁଛି ଆ... ଜା, ସେ ହସିଲେ, ଶୋଇଗଲେ, ମୁଁ ଲେଖି ଚାଲିଲି, ତା କଥା l


Rate this content
Log in

Similar oriya story from Abstract