STORYMIRROR

Pradipta Sundar Rath

Abstract Others

2  

Pradipta Sundar Rath

Abstract Others

ଆଜି ବି ମୁ ତୁମ ଅପେକ୍ଷାରେ

ଆଜି ବି ମୁ ତୁମ ଅପେକ୍ଷାରେ

2 mins
15.1K


ମୁଁ ଜାଣେନି କଣ ଭୁଲ୍ ଥିଲା ମୋର ...। କେମିତି କହିବି ସେ ତ ମୋତେ କିଛି ବି କହିନି । ଇଏ ଭାଗ୍ୟର ଖେଳ ନା ସତ ନା ସ୍ଵପ୍ନ ,ତା ମଧ୍ୟ କେବେ ଜାଣିନି । କିନ୍ତୁ ସ୍ଵପ୍ନରେ ବି ତ କେବେ ଭାବିନଥିଲି । ତଥାପି କାହିଁକି ଆଜି ମୁଁ ଏକା । କଣ ମୁଁ ଭୁଲ୍ ଥିଲି ନା ମୋ ବିଶ୍ଵାସ । କାହିଁକି କେଜାଣି ଏ ହୃଦୟ ଏ ମନକୁ ଏକ ବିଶ୍ଵାସ ଦେଇଥିଲା ଯେ ଯାହା ହେଲେ ବି ସମସ୍ତେ ଛାଡି ଚାଲିଗଲେ ବି ସେ ମୋ ସାଥୀରେ ଅଛି । ବୋଧ ହୁଏ ସେ ଏକା ଥିଲା ଯେ ମୋର ସେହି ପାଗଲ୍ ପନ୍ ଓ ସ୍ଵପ୍ନରେ ମୋ ଠୁ ଅଧିକା ବିଶ୍ଵାସ କରୁଥିଲା ।କିନ୍ତୁ ସେ ବିଶ୍ୱାସରେ ବି ଯେ ସନ୍ଦେହ ଥିଲା ତାହା ମୁଁ ଜାଣିନଥିଲି ।।

   ମୁଁ ତ ଏକ ପାଗଳ, ଅଧିକ କିଛି ଚାହିଁନଥିଲି । ଚାହିଁନଥିଲି ସେ ସଭିଙ୍କ ଭଳି ସବୁବେଳେ ମୋ କଥା ଭାବୁବୋଲି ...। ମୋତେ ନେଇ ସ୍ଵପ୍ନ ଦେଖୁ ବୋଲି ...।

ପ୍ରେମ ...ଭଲପାଇବା ..? ସେଇଟା କଣ ମୁଁ ଜାଣିନଥିଲି । କେବେ ବି ତା ଠୁ ପାଇବାକୁ ଆଶା କରିନଥିଲି । ଯଦି ବି ସେ ମୋତେ କହିଥାନ୍ତା ଭଲପାଏ ନି ବୋଲି, ତାହାହେଲେ ବି ମୋର ମନ ଦୁଃଖ ହୋଇନଥାନ୍ତା । କାରଣ ସେ ମୋତେ ଭଲପାଉଛି ବୋଲି ଭାବି ମୁଁ କେବେ ଖୁସି ହୋଇନଥିଲି ବାସ୍ ଖୁସିର କାରଣ ଥିଲା ଯେ ମୋତେ ବୁଝିବା ଭଳି ବନ୍ଧୁଟିଏ ମୋ ପାଖରେ ଅଛି ।

  ବୋଧ ହୁଏ ଏହି ବନ୍ଧୁତା କାଳେ ପ୍ରେମରେ ବଳିବଡିଯିବ ସେଥିପାଇଁ ଜୀବନଠୁ ଅଧିକ ଭଲପାଉଥିଲେ ମଧ୍ୟ କେବେ ପ୍ରକାଶ କରିନି ।

  କିନ୍ତୁ କାହିଁକି କେଜାଣି ବିନା କାରଣରେ ସେ ବନ୍ଧୁତା ବି ଆଜି ନୀରବ ...? ଦିନେ ହୃଦୟର ସହ କହିଥିଲି luck ବି ଏ ବନ୍ଧୁତା ସାମ୍ନାରେ ହାରିଯାଇଛି । ବୋଧହୁଏ ଭାଗ୍ୟ ତାର ପ୍ରତିଶୋଧ ନେଉଛି .....

ମୁଁ ଜାଣେନି କେଉଁ ସଂପର୍କ ଠିକ୍ ବା କେଉଁ ସଂପର୍କ ଭୁଲ୍ ।କିନ୍ତୁ ଆଜି ବି ମୁଁ ତୁମ ଅପେକ୍ଷାରେ ......।


Rate this content
Log in

Similar oriya story from Abstract