Nibedita Mishra

Abstract Comedy

3.9  

Nibedita Mishra

Abstract Comedy

(ଅ)ଭଦ୍ର ଚୋର

(ଅ)ଭଦ୍ର ଚୋର

2 mins
367



ଆଜି କଲେଜରେ କ୍ଲାସ୍ ଜଲଦି ସରିଯିବାରୁ ମାନିନୀକୁ ତା ସାଙ୍ଗ ନିଜ ଘରକୁ ବୁଲି ଯିବାକୁ ଡାକିଲା। ମାନିନୀର ଭି ତା ଘରକୁ ଯିବାକୁ ଭାରି ମନ ଥାଏ।ତେଣୁ ଦୁଇସାଙ୍ଗ ମିଶି ତାଙ୍କ ଘରକୁ ଯିବାକୁ ବାହାରିଲେ।

    ବାଟଯାକ ତା ସାଙ୍ଗ ତାକୁ ତାଙ୍କ ପାଖ ପଡୋଶୀ ହେଇ ଚଳୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି କହି କହି ଯାଉଥାଏ। ତେଣୁ ମାନିନୀର ଆଗ୍ରହ ବଢି ବଢି ଚାଲିଥାଏ।

 କିଛି ସମୟ ପରେ ଦୁହେଁ ତା ସାଙ୍ଗ ଘରେ ପହଞ୍ଚିଗଲେ।ମାନିନୀକୁ ଦେଖି ତା ସାଙ୍ଗର ମା'ବହୁତ ଖୁସିହେଲେ।ବିଭିନ୍ନ ଜଳଖିଆ ତିଆରି କରିବାରେ ଲାଗି ପଡିଲେ।ସେହି ସମୟରେ ମାନିନୀର ସାଙ୍ଗ କହିଲା-

"ଚାଲ୍ ମାନିନୀ,ତତେ ଆମ ପଡିଶା ମାଉସୀଙ୍କ ଘରକୁ ବୁଲେଇ ନେବି।ସେମାନେ ବହୁତ ପଇସା ବାଲା।ତାଙ୍କ ଦୁଇ ପୁଅ ଓ ବୋହୁ ବାହାରେ ଚାକିରି କରନ୍ତି।ଭାରି ଈଶ୍ବର ବିଶ୍ବାସୀ ଓ ସଫାସୁତର ଅଟନ୍ତି ସେ।ଭାରିଭଦ୍ର ଲୋକ ବୋଲି ଏଇଠି ସମସ୍ତେ ତାଙ୍କୁ ମାନନ୍ତି।"

ଏହିପରି ଅନେକ କଥା ଶୁଣିସାରିବା ପରେ ମାନିନୀ ତାଙ୍କ ଘରକୁ ଯିବାକୁ ବାହାରିଲା।

କିନ୍ତୁ ଏ କ'ଣ...............?

ଦୁହେଁ ତାଙ୍କ ଗେଟ୍ ପାଖେ ପହଞ୍ଚିଲା ବେଳକୁ ଗେଟରେ ତାଲା????

ଏହା ଦେଖି ମାନିନୀ ତା ସାଙ୍ଗକୁ କହିଲା।"ଆରେ ସାଙ୍ଗ, ସେମାନେ ତ ନାହାନ୍ତି।ମୋର ବୋଧେ ତାଙ୍କୁ ଭେଟିବାର ଯୋଗ ନାହିଁ।ଚାଲ ଫେରିଯିବା ।"

ମାନିନୀର ସାଙ୍ଗ ତାକୁ କହିଲା-"ଆରେ ନା ନା...ସେମାନେ ଅଛନ୍ତି।"ରହ ମୁଁ ଫୋନ୍ କରୁଛି।ସତକୁ ସତ ମାନିନୀ ଫୋନ୍ କରିବା ପରେ କେହି ଜଣେ ଝରକା ଖୋଲି ଟିକିଏ ନିରିକ୍ଷଣ କଲା ପରି ଲାଗିଲା।ତା ପରେ ମାଉସୀ ଜଣକ ଦାନ୍ତ ଦେଖେଇ ଦେଖେଇ ଚାବି ଟି ଆଣି ଗେଟ୍ ବାହାରକୁ ଫୋପାଡି ଦେଲେ।ମାନିନୀର ସାଙ୍ଗ ଚାବିଟି ଉଠେଇ ଗେଟ୍ ର ତାଲା ଖୋଲିଲା।ଦୁହେଁ ଭିତରକୁ ଗଲେ।

ମାଉସୀ ଦୁହିଁଙ୍କୁ ଦେଖି ଭାରୀ ଖୁସିହେଲେ।ଅନେକ କଥା ମଧ୍ଯ ଗପିଲେ।ସତକୁ ସତେ ମାନିନୀକୁ ତା ସାଙ୍ଗ ଯାହା ସବୁ (ପଡୋଶୀ ମାଉସୀଙ୍କ ବିଷୟରେ)କହିଥିଲା।ସେସବୁ ମାନିନୀ ସଠିକ୍ ଲକ୍ଷ୍ଯ କରିପାରୁଥିଲା।

"ବେଶ୍ ସୁନ୍ଦର ଓ ସଫାସୁତରା ଘର।ସବୁ ଘରେ ସୁନ୍ଦର ସୁନ୍ଦର ଲାଇଟ୍ ଓ ଏ.ସି ଲାଗିଛି।କାନ୍ଥର ବଡ ଏଲ୍.ସି.ଡି ଟେ ଲାଗିଛି।ବାଡିପଟେ ବିରାଟ ବଗିଚା...ପମ୍ପରେ ପାଣି ଦିଆଚାଲିଛି।ହିଟରରେ ରୋଷେଇ ବସିଛି।ତରକାରୀ ର ବାସ୍ନାରେ ସାରା ଘର ପୁରି ଉଠୁଛି।ଠାକୁର ଘରେ ସୁନ୍ଦର ଫୁଲ ସଜା ହୋଇଛନ୍ତି ଠାକୁର।ଧିର ସ୍ବରରେ ଭଜନ ବାଜୁଛି।ଉପର ମହଲାରେ ଦୁଇଟି ପରିବାର ଭଡାରେ ଅଛନ୍ତି।ବେଶ୍ ପଇସା ବାଲା ମାଉସୀଙ୍କ ଘର।"

ହେଲେ ମାନିନୀ ବୁଝିପାରୁ ନ ଥିଲା ଯେ -ମାଉସୀ ଜଣକ ଦିନ ଦ୍ବିପହରରେ ଗେଟକୁ ବାହାର ପଟୁ ତାଲା କାହିଁକି ପକେଇଥିଲେ?


ସେ ଯାହା ହଉ କିଛି ସମୟ ଗପସପ କଲାପରେ ସେ ଦୁହେଁ ବାହାରି ଆସିଲେ।ଆସିଲା ବେଳେ ମାନିନୀର ସାଙ୍ଗକୁ ମାଉସୀ ଜଣକ ପଛପଟୁ ଡାକିଲେ ଓ ତା ପରେ କହିଲେ-"ସେମାନେ ଆସିକି ଗଲେଣି କି?" ମାନିନୀର ସାଙ୍ଗ ହଁ ଉତ୍ତର ଦେବାପରେ ସେ ପୁଣି କହିଲେ-"ହଉ ତେବେ ଝିଅ ଆଉ ତାଲା ଦଉନି ଗେଟ୍ ରେ।ଦୁହେଁ ହସିଦେଲେ....."

ବାଟରେ ଆସିବା ବେଳେ ମାନିନୀ ତା ସାଙ୍ଗକୁ ପଚାରିଲା-

ସେ ମାଉସୀ କିଏ ଆସିବା କଥା ପଚାରୁଥିଲେ କି ସାଙ୍ଗ?ଆଉ ସେମାନେ ଏଇ ଦିନବେଳାଟାରେ ଘର ଭିତରେ ଥାଇ କି ଗେଟ୍ ରେ ବାହାରପଟୁ ତାଲା କାହିଁକି ପକେଇଥିଲେ?

ଏହାଶୁଣି ମାନିନୀର ସାଙ୍ଗ ଖୁବ୍ ହସିଲା ଓ କହିଲା-

ଆରେ ମାନିନୀ ,ଆଜି ଇଲେକ୍ଟ୍ରିକ୍ ଚେକିଙ୍ଗ୍ ବାଲା ଆସିବାର ଥିଲା।ତେଣୁ ସେମାନେ ଗେଟ୍ ରେ .........


ଏତିକି ଶୁଣିବା ମାତ୍ରକେ ମାନିନୀ ସାଙ୍ଗେ ସାଙ୍ଗେ କହିଉଠିଲା- ଆରେ ହେ....ତୁ କ'ଣ ଏମାନଙ୍କୁ ଏତେ ଟେକୁଥିଲୁ ମ ଭାରି ଭଦ୍ର ବୋଲି।"ଏମାନେ ତ .....'ଚୋର'....... ତା ପୁଣି ଭଦ୍ର ଆଗରେ 'ଅ 'ଲଗା ବାଲା ଲୋକ"

 ଦୁଇ ସାଙ୍ଗ ହସିହସି ଘରକୁ ଫେରି ଆସିଲେ।ହେଲେ ଏତକ କଥା ମାଉସୀ କବାଟ ଫାଙ୍କରୁ ଶୁଣୁଥାନ୍ତି।ସେ କବାଟ ଟାକୁ ଜୋର୍ କରି ପିଟି ବନ୍ଦ କରିଦେଲେ।


Rate this content
Log in

Similar oriya story from Abstract