STORYMIRROR

Nibedita Mishra

Abstract Others

0  

Nibedita Mishra

Abstract Others

୨-ଧଳାଶାଢୀ

୨-ଧଳାଶାଢୀ

1 min
522


ପାଞ୍ଚବର୍ଷ ବିଦେଶରେ ରହିବା ପରେ ଗାଁକୁ ଫେରି ଥାଏ।ସକାଳୁ ଗାଧୋଇସାରି ଗାଁ ମନ୍ଦିରକୁ ଯାଇଥାଏ ।ସେଠି ଠାକୁରଙ୍କୁ ମୁଣ୍ଡିଆମାରି ଉଠି ବୁଲିପଡିଲା ବେଳକୁ ପଛରେ ଦେଖିଲି ମାନିନୀ ଧଳାଶାଢୀରେ!!!

ଭାବିଲି କିଛିଗୋଟେ କହିବି,ହେଲେ ଉପଯୁକ୍ତ ଶବ୍ଦଟେ ପାଇଲିନି।ଚାଲିଯିବାଟା ଉଚିତ୍ ମନେ କଲି।

ସେତେବେଳକୁ କିନ୍ତୁ ସେ ଆଖି ଦୁଇଟା ମୋ ଉପରେ ଏକ କୈନ୍ଦ୍ରିକ ହୋଇ ସାରି ଥିଲା।ସେ ଆଖିର ଦୁଇଧାର ଲୁହ ମୋତେ ଅନେକ କିଛି କହି ଚାଲିଥାଏ। ଆଉ ମୋ ଆଖି ଦୁଇଟା ନଇଁ ଯାଉଥାଏ ତଳକୁ ତଳକୁ।ଭାବୁଥିଲି କିଏ ହେଲେ ମୋତେ ସେ ଶବ୍ଦଟା କହି ଦିଅନ୍ତା କି?ଯେଉଁଠୁ ମୁଁ ମୋର କଥାଟା ଆରମ୍ଭ କରନ୍ତି??

ନିବେଦିତା ମିଶ୍ର


Rate this content
Log in

Similar oriya story from Abstract