STORYMIRROR

Anupama Sahu

Abstract Others

4  

Anupama Sahu

Abstract Others

ୟାସ

ୟାସ

1 min
201


ଅଶାନ୍ତ ସମୁଦ୍ର 

ଉଛୁଳା ଛାତିରୁ 

ୟାସ୍ ଆସୁଅଛି ମାଡି 

ନିଶ୍ଚିହ୍ନ କରିବ 

କେତେ ଘରଦ୍ୱାର 

ଉଜାଡିବ କ୍ଷେତ ବାଡି ।


ଉଦ୍ଧତ ପବନ 

ସାଥେ ଧରି ପୁଣି 

ରଚିବ ତାଣ୍ଡବ ଲୀଳା 

ଅକାଳେ କେତେ ଯେ 

ପରାଣ ନାଶିବ 

ଦେଖି ବୁଡି ଯିବ ଭେଳା ।


ବରଷା ପ୍ରକୋପେ 

ସୁଉଚ୍ଚ ସଉଧ 

ଭାସି ହୋଇଯିବ ଲୀନ 

କେତେ ବୃକ୍ଷ ଲତା 

ଧରାଶାୟୀ ହେବେ 

ମାଆ କୋଳ କରି ଶୂନ୍ୟ।


କେଜାଣି କେତେ ଯେ 

ପଶୁ, ପକ୍ଷୀ ପୁଣି 

ହରାଇବେ ତାଙ୍କ ସତ୍ତା 

ଆତ୍ମୀୟ ସ୍ଵଜନ 

କେତେ ଯେ ହଜିବେ 

ମିଳିବନି କାହା ପତ୍ତା।


କେତେ ଯେ ଓଠରୁ 

ହସ ଲିଭି ଯିବ 

ଝରିବ ଲୁହର ଧାର 

ମହାମାରୀ ସାଥେ 

ମହା ବିପତ୍ତି ବି 

ଦୁଃଖ ଯେ ଦେବ ଅପାର।


ଆସ ସୁଧୀଜନ 

ପଶିବା ଶରଣ 

ପୂଜି କାଳିଆ ଚରଣ 

ଏ ଘୋର ବିପଦୁ 

ଆମକୁ ରଖିବେ 

ପ୍ରଭୁ ଯେ ଚକାନୟନ।


            

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract