ୟାସ
ୟାସ
ଅଶାନ୍ତ ସମୁଦ୍ର
ଉଛୁଳା ଛାତିରୁ
ୟାସ୍ ଆସୁଅଛି ମାଡି
ନିଶ୍ଚିହ୍ନ କରିବ
କେତେ ଘରଦ୍ୱାର
ଉଜାଡିବ କ୍ଷେତ ବାଡି ।
ଉଦ୍ଧତ ପବନ
ସାଥେ ଧରି ପୁଣି
ରଚିବ ତାଣ୍ଡବ ଲୀଳା
ଅକାଳେ କେତେ ଯେ
ପରାଣ ନାଶିବ
ଦେଖି ବୁଡି ଯିବ ଭେଳା ।
ବରଷା ପ୍ରକୋପେ
ସୁଉଚ୍ଚ ସଉଧ
ଭାସି ହୋଇଯିବ ଲୀନ
କେତେ ବୃକ୍ଷ ଲତା
ଧରାଶାୟୀ ହେବେ
ମାଆ କୋଳ କରି ଶୂନ୍ୟ।
କେଜାଣି କେତେ ଯେ
ପଶୁ, ପକ୍ଷୀ ପୁଣି
ହରାଇବେ ତାଙ୍କ ସତ୍ତା
ଆତ୍ମୀୟ ସ୍ଵଜନ
କେତେ ଯେ ହଜିବେ
ମିଳିବନି କାହା ପତ୍ତା।
କେତେ ଯେ ଓଠରୁ
ହସ ଲିଭି ଯିବ
ଝରିବ ଲୁହର ଧାର
ମହାମାରୀ ସାଥେ
ମହା ବିପତ୍ତି ବି
ଦୁଃଖ ଯେ ଦେବ ଅପାର।
ଆସ ସୁଧୀଜନ
ପଶିବା ଶରଣ
ପୂଜି କାଳିଆ ଚରଣ
ଏ ଘୋର ବିପଦୁ
ଆମକୁ ରଖିବେ
ପ୍ରଭୁ ଯେ ଚକାନୟନ।