ଯୁଗେ ଯୁଗେ ନାରୀ
ଯୁଗେ ଯୁଗେ ନାରୀ
ଯୁଗେ ଯୁଗେ ନାରୀ ଦ୍ରୌପଦୀ ସୀତା
କବିତା ବନିତା ଲତା
ଯୁଗେ ଯୁଗେ ନାରୀ ସାବିତ୍ରୀ ଅହଲ୍ୟା
ସୁମିତ୍ରା କୈକେଇ କୌଶଲ୍ୟା l
ଯୁଗେ ଯୁଗେ ନାରୀ କୁନ୍ତୀ, ମାଦ୍ରି,ଯଶୋଦା
ଭଗିନୀ ଜନନୀ ଜାୟା ବସୁଧା
ଯୁଗେ ଯୁଗେ ନାରୀ ଲଷ୍ମୀ, ଦୁର୍ଗା,ସରସ୍ବତୀ
କନ୍ୟା ନବବଧୂ ଗୃହଲଷ୍ମୀ ଗାୟତ୍ରୀ
ଯୁଗେ ଯୁଗେ ନାରୀ ଇନ୍ଦିରା,ନନ୍ଦିନୀ,ଶ୍ରୀମା
ଦେବକୀ ଯଶୋଦା ସୁଷମା ଉପମା
ଯୁଗେ ଯୁଗେ ନାରୀ ରେଜିୟା ଜିଜାବାଇ l
ଇତିହାସେ ଲଷ୍ମୀବାଇ ପରି ରାଣୀ କାହିଁ
ଯୁଗେ ଯୁଗେ ନାରୀ ନାଇଟିଙ୍ଗେଲ କଳ୍ପନା
କୁନ୍ତଳା କୁମାରୀ ସାବତ ବା ନୈନା l
ଯୁଗେ ଯୁଗେ ନାରୀ ସରସ୍ବତୀ ଗୋଦାବରୀ
କେବେ ଗଙ୍ଗା କୃଷ୍ନା କାବେରୀ ପରି
ଯୁଗେ ଯୁଗେ ନାରୀ କବୟିତ୍ରୀ ବୈଜ୍ଞାନିକ
ପାଇଲଟ ଡାକ୍ତର ହୋଇ ରଖିଲେ ଟେକ l
ଯୁଗେ ଯୁଗେ ନାରୀ ଖେଳନ୍ତି ଭଲି କ୍ରିକେଟ
ଜୁଡୋ କରାଟେ ରେ ଜିତାପଟ
ଯୁଗେ ଯୁଗେ ନାରୀ ହ୍ରଦ ସମୁଦ୍ର ଗବେଷଣା ଯାଇ l
ପାହାଡ଼ ଚଢ଼ାରେ ସଭିଙ୍କୁ ପଛେ ପକାଇ
ଯୁଗେ ଯୁଗେ ନାରୀ ଶାରୀରିକ ବାୟାମ ବିଧି
ଦୌଡ଼ ରାଣୀ ପିଟି ଉଷା ରମଣୀ ପ୍ରସିଦ୍ଧି
ଯୁଗେ ଯୁଗେ ନାରୀ ଶବରୀ ଅଇଁଠା କୋଳି ର ଭକ୍ତି
ମାଣିକ ଗଉଡ଼ୁଣୀ ଦହି ଖାଇ ଜଗା ବଳିଆ ଶାନ୍ତି l
