STORYMIRROR

Sonali Swapna Patra

Abstract Classics Inspirational

3  

Sonali Swapna Patra

Abstract Classics Inspirational

ଯଉବନ ଥରେ ଗଲେ ଆସେନା

ଯଉବନ ଥରେ ଗଲେ ଆସେନା

1 min
209


ଭରା ଯଉବନ ମନ ଉପବନ

ଫେରେନାହିଁ ଗଲେ ଥରେ,

ଫୁଲ ଝଡିଗଲେ ଫେରେକି ବୃନ୍ତକୁ

କଢି ହେବା ପାଇଁ ପରେ ।


ଯାହା ତୁ କରିବୁ ଯଉବନ କାଳେ

ଫଳ ଲଭିବୁ ତୁ ଅନ୍ତେ,

ବୁଝି ବିଚାରିକି କାର୍ଯ୍ୟକୁ କରୁଥା

କେହି ଯିବେନାହିଁ ସାଥେ ।


ସୂର୍ଯ୍ୟ ଫେରିଗଲେ ପାଇବୁନି ଧନ

ବିତେ ଅପେକ୍ଷାର ରାତି,

ନୂଆ ଆଲୋକର କିରଣ ପାଇଁ କି

ଚାହେଁ ନିଃଶ୍ୱାସର ଗତି ।


ଯଉବନ କିବା ଫେରିକି ପାଇବୁ

ବୟସର ଅତିକ୍ରାନ୍ତେ,

ଆଜି ସଜାଡ଼ିଲେ କାଲିକୁ ଦେଖିବୁ 

ସ୍ମୃତି ଘର ପଥପ୍ରାନ୍ତେ ।




Rate this content
Log in

Similar oriya poem from Abstract