ଯଉବନ ଥରେ ଗଲେ ଆସେନା
ଯଉବନ ଥରେ ଗଲେ ଆସେନା
ଭରା ଯଉବନ ମନ ଉପବନ
ଫେରେନାହିଁ ଗଲେ ଥରେ,
ଫୁଲ ଝଡିଗଲେ ଫେରେକି ବୃନ୍ତକୁ
କଢି ହେବା ପାଇଁ ପରେ ।
ଯାହା ତୁ କରିବୁ ଯଉବନ କାଳେ
ଫଳ ଲଭିବୁ ତୁ ଅନ୍ତେ,
ବୁଝି ବିଚାରିକି କାର୍ଯ୍ୟକୁ କରୁଥା
କେହି ଯିବେନାହିଁ ସାଥେ ।
ସୂର୍ଯ୍ୟ ଫେରିଗଲେ ପାଇବୁନି ଧନ
ବିତେ ଅପେକ୍ଷାର ରାତି,
ନୂଆ ଆଲୋକର କିରଣ ପାଇଁ କି
ଚାହେଁ ନିଃଶ୍ୱାସର ଗତି ।
ଯଉବନ କିବା ଫେରିକି ପାଇବୁ
ବୟସର ଅତିକ୍ରାନ୍ତେ,
ଆଜି ସଜାଡ଼ିଲେ କାଲିକୁ ଦେଖିବୁ
ସ୍ମୃତି ଘର ପଥପ୍ରାନ୍ତେ ।
