STORYMIRROR

Satyabati Swain

Romance

4  

Satyabati Swain

Romance

ଯଥା ରାବଣସ୍ୟ

ଯଥା ରାବଣସ୍ୟ

1 min
554

ରଙ୍ଗ ଅଛି

ସଂଗ ଅଛି ଫଗୁଣ ବି ଆଇଛି

ବଉଳ ଫୁଲର ବାସ

ଅବିର ଗୋଲାପି ହସ

ପିଚକାରୀ ସଜବାଜ ହେଉଛି

ସଖୀ ଲୋ 

ମୃଦୁ ମୃଦୁ ମଳୟ ବି ବହୁଛି ।


ଏ ମିଳନ ଋତୁ ସଖୀ

ଲାଜୁଆ ଆଖିରେ କି ଇସାରା କରୁଛି

ସେଇ ସ୍ୱତନ୍ତ୍ର ଦିନଚିହ୍ନ

ଉଡା ମନ ବୟସ ଜହ୍ନ

ଇନ୍ଦ୍ରଧନୁ ଜୀବନ ଆକାଶେ ଆଙ୍କୁଛି ସଖୀ ଲୋ

ପରିଣତ ବୟସେ ଲାଜ ଟିପେ ମୋତେ ଛୁଇଁ ଦେଉଛି ।


ଏ ତାରିଖ ଏଇଦିନ

ଭୁଲି କି ପାରିବ ମନ

ହାତ ଗଣ୍ଠି ଯଥା ରାବଣସ୍ୟ ମନ୍ତ୍ର

ମିଠା ସ୍ମୃତି ବିଭୋର ଅଧୀର ପଣ 

ସମୟ ଦଉଡେ ଯେତେ

ଗାଢ଼ ହୁଏ ଏ ରଙ୍ଗ ସେତେ

ବେଶୀ ଆପଣାର ଲାଗେ

ବୟସ ବଢେ ଯେତେ ଯେତେ

ସଖୀ ଲୋ 

ଦୂର ପର ବାସେ ମୋର ସେଇ ଦିନ ନିଶା ଘାରୁଛି ।


ଜୀବନର ଚଲା ପଥେ

ସଂସାର ସଉଦା ହାଟେ 

ତୁ ଅଛୁ ମୋ ସାଥେ 

ହୋଇ ମୋ ଦେହର ଛାଇ

ଦୁଃଖେ ସୁଖେ ପାଖେ ରହି

ଖୁସି ଜୀବନଟେ ଉପହାର ଦେଇ

ସଖୀ ଲୋ

ମୋ ଜୀବନ ହାଟର ସୁଖ ସଉଦା ତୁହି ।


ଏମିତି ସାରା ଜୀବନ

ତୋ ହାତ ଥିବି ଧରି

ଏ ଭଵ ବାରିଧି ପାରି

ପାଇ ବିଭୁ କୃପା ବାରି

ଆନନ୍ଦ ଚଢେଇ ହୋଇ

ସଖୀ ଲୋ

ଉଡୁଥିବା ଶେଷ ପର୍ଯ୍ୟନ୍ତ ଥକି ନ ଯାଇ ।          


Rate this content
Log in

Similar oriya poem from Romance