STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ଯୋଗୀ ଗୀତ

ଯୋଗୀ ଗୀତ

1 min
342



 

ଯୋଗୀ ଗୀତ ଗାଏ କେନ୍ଦେରା ବଜାଇ

    କି କରୁଣ ତାର ସ୍ୱର

ଦୁଆର ଦୁଆର  ଗାଆଁ ଦାଣ୍ଡେ ବୁଲି

    କାନ୍ଦୁଣା ପିଲାଏ ସ୍ଥିର।


ନଡାଛପରର     ଚଳେ ବସିଥିବା

     ଚାଳଚଟିଆ ନିଷ୍ପ୍ରଭ

ଡେଣା ଝାଡ଼ିଝୁଡି   ଗୀତକୁ ଶୁଣଇ

    ଗୋବିନ୍ଦଚନ୍ଦ୍ର ବିଭବ।


ସେହି କାଳଯମ   ବଡ ଦାରୁଣରେ

     ଦୁଃଖ ସୁଖ ଜାଣେନାହଁ

ଆୟୁଷ ସରିଲେ  ଧରି ନେବ ଫାଶେ

    କି ଗରିବ ଧନୀ ତହିଁ।


ତେଣୁ କରି ବାବୁ  ବେଳ ଥାଉ ଥାଉ

     ଧରମ କରମ କର

ନିଜ ସାଧ୍ୟମତେ

    ଦୁଖୀ ଅରକ୍ଷିତ

    ସେବାରେ ସମୟ ସାର।


ଖରାବେଳଟାରେ  ଯୋଗୀ ଗୀତ ଗାଇ

    ଗାଆଁ ଦାଣ୍ଡକୁ କନ୍ଦାଇ

ଘଞ୍ଚ ବରଗଛ     ଛାଇରେ ଟିକିଏ

   ଛାଇ ନିଡ଼େ ଯାଏ ଶୋଇ।


ନିଦ ଭାଙ୍ଗି ଗଲେ  ଅନ୍ୟ ଗାଆଁ ପଥେ

   କେନ୍ଦରା ବଜାଇ ଯାଏ

ଗୋବିନ୍ଦଚନ୍ଦ୍ରର   ଗୀତଗାଇ ଗାଇ

     ଜୀଵନ ତା ସରିଯାଏ।


ଅଭିନୟ ସାରି   ବାହୁଡ଼ିବ ସିଏ

    ଆଜି ଅବା କାଲି ସତ

ଅଢେଇଦିନିଆ   ସଂସାରେ କାହିଁକି

     ନସାଧିବ ପର ହିତ।

  

    


Rate this content
Log in

Similar oriya poem from Classics