ଯୋଡାଏ ଆଖି
ଯୋଡାଏ ଆଖି


ଈଶ୍ବରଙ୍କ ଶ୍ରେଷ୍ଠ ବରଦାନ
ଏ ' ଯୋଡ଼ାଏ ଆଖି '
ସେ ଆଖିରେ ତାଙ୍କର
ସୁନ୍ଦର ସୃଷ୍ଟିକୁ ପାରେ ଦେଖି।
ଅନନ୍ୟ ସୌନ୍ଦର୍ଯ୍ୟର
ସମ୍ଭାରରେ ରହେ ଲାଖି
ମୁଗ୍ଧ ହୁଏ ତାର ଛବି
ହୃଦୟରେ ସାଇତି ରଖି।
ଆକାଶର ସୂର୍ଯ୍ୟ ଚନ୍ଦ୍ର ତାରା
ପ୍ରକୃତିର ଅନୁପମ ବସୁନ୍ଧରା
ଆଖିରେ ଦୃଶ୍ୟ ରୂପେ ଦିଏ ଧରା,
ଏକଠୁ ଅନ୍ୟ ଅଟଇ ଭିନ୍ନ ନିଆରା
ଶାନ୍ତି ଦିଏ ତୃପ୍ତି ଦିଏ
ସ୍ମୃତି ତାର ଚିର ଅପାଶୋରା।
ଆଖି ବିନା ସାରା ଜଗତ ଅନ୍ଧାର
ଦେଖି ହୁଏନା କାହାରି ଚେହେରା,
ଜୀବନ ଯାକ ହେବାକୁ ପଡେ
ହନ୍ତସନ୍ତ ନେଇ ଅନ୍ୟର ସାହାରା।
ଏ ଯୋଡ଼ିଏ ଆଖିରେ ଦେଖି
ଲୋଡ଼ା ଅଲୋଡ଼ା ନିଏ ପରଖି,
ସତ ମିଛ କଅଣ ବୁଝି ବିଚାରି
ହୋଇଥାଏ ଧର୍ମର ସାକ୍ଷୀ।
ଐଶ୍ୱର୍ଯ୍
ୟ ପ୍ରାଚୁର୍ଯ୍ୟ
ଆଖି ଦେଖି ହୁଏ ତୃପ୍ତ,
ଆଖି ବିନା ସବୁ ରହେ
ଅନ୍ଧାରର ଗୁମ୍ଫାରେ ଗୁପ୍ତ।
ଯୋଡିଏରୁ ଏକ ହେଲେ ଊଣା
ବିକୃତ ଦିଶେ ମୁଖ ମଣ୍ଡଳ
ସବୁରି ପାଖରେ ସେ କଣା,
ନ ଥିଲେ ଦୁଇଟି ଯାକ
ଅନ୍ଧର ପରିଚୟ ନେଇ
ପାଏ ଅସୀମ ଦୁଃଖ ଯନ୍ତ୍ରଣା।
ଆଖି ଅମୂଲ୍ୟ ସମ୍ପଦ
ତା ପାଇଁ ହସ ଖୁସି ଆନନ୍ଦ,
ଦେଖି ନିଜର ସୁନ୍ଦର ରୂପ
ଦୂର ହୁଏ ମନର ଅବସାଦ।
ଜୀବନ ଅନ୍ତେ କରି ଚକ୍ଷୁଦାନ
ମହା ପୂଣ୍ୟ ଲଭେ ମାନବ,
ମରି ବି ବଞ୍ଚି ରହେ ତାର ଆଖି
ଦେଇ ଅନ୍ୟକୁ ଦେଖିବାର ସୁଯୋଗ
ହୁଏ ସେ ମହାନୁଭବ।
ଯୋଡ଼ିଏ ଆଖିର ମହତ୍ତ୍ଵ
ବୁଝି ବିଚାରି ନେଲେ ଯତନ,
ଭୋଗିବାକୁ ହୁଏନା କଷ୍ଟ
ସୁଖରେ ବିତାଏ ତାର ଜୀବନ।