ଯୋଡାଏ ଆଖି
ଯୋଡାଏ ଆଖି
ଆଖି ଦୁଇ ଆଜି ସାଜିଅଛି ପରା
ଅସରା ଲୁହ ସାଗର
ମନ ମରୁବାଲି କାହା ପାଇଁ ଏଠି
ଗଢେ ଉତ୍ତପ୍ତ ସହର ।।
ସ୍ମୃତିର ପାହାଡ଼ ଉପରେ ରଚୁଛି
ଅଦ୍ଭୁତ କାହାଣୀ ଖାଲି
ଅତୀତଟା ଏଡ଼େ ଭୟଙ୍କର ଜାଣି
ଆଖି ବି ପାରୁନି ଭୁଲି ।।
ଡରଲାଗେ ସିନା ନିଜ ଆଖି କଥା
କହିବାକୁ ଅନ୍ୟ ଆଡେ
ଫେରିତ ହେବନି ଆଉ ଅତୀତକୁ
ସେଥିପାଇଁ ଲୁହ ଭିଡେ ।।
ଅନ୍ତରର କୋହ ଲୁହଧାର ହୋଇ
ନିରନ୍ତର ଯାଏ ବହି
ମନ ଗହନର ଅକୁହା କଥାକୁ
ଆଖି ଯୋଡା ଦିଏ କହି ।।
ନିତ୍ୟ ପ୍ରତି ଛବି ଆଙ୍କୁଥାଏ ମୋର
ଏହି ଯୋଡାଏ ଆଖି
କିନ୍ତୁ ସବୁ ଦିନ ପାଇଁ ରହେ ନାହିଁ
ହୋଇ ପଲକର ସାକ୍ଷୀ ।।
