STORYMIRROR

Gangotri Priyadarshini

Abstract Classics

4  

Gangotri Priyadarshini

Abstract Classics

ଯନ୍ତ୍ରଣା

ଯନ୍ତ୍ରଣା

1 min
194


ଅନେକ ଯନ୍ତ୍ରଣା ର ଅନ୍ତଃସ୍ୱର

ଅନ୍ତରେ ନିର୍ବାପିତ ହୁଏ,

ଜନ୍ମ ଜାତକ ରୁ ଯନ୍ତ୍ରଣା ପଢ଼ି ହେଉ ଥିଲା

ପଚାରି ପାରି ନଥିଲି ଦଇବ ଙ୍କୁ

କି କି ଉପଚାର ଉପାୟ ମାନ ।।


ନିଃସଂକୋଚେ ସାଥି ଟିଏ ମାନି ନେଇଥିଲି,

ବାର ବାର ତୁମେ କହୁଥିଲ

ମୁଁ ଯନ୍ତ୍ରଣା ତୁମ ଚିର ସହଚର

ମନେ ମନେ ଫିକ୍ କରି ହସି ଦେଇ ଥିଲି

ଓଃ ଏଇ କଥା, କିଛି ତ ଗୋଟାଏ କରିବା କଥା ।।


ହେଉ ପଛେ ଯନ୍ତ୍ରଣା ବି ଭୋଗିବା

ଯିଏ ଦଉଛି ଦଉ,

ପରବାୟ ନାହିଁ, ମୁଁ ବି ଲୁହ ପିଇ ପିଇ 

ଯନ୍ତ୍ରଣା ର ରସ ଆସ୍ୱାଦନ କରେ 

ଖଟା ମିଠା ପିତା କଷା ର ବହଳିଆ ମିଶ୍ରଣ ଭଳି

ଆକ୍ତା ମାକ୍ତା କରି ପକାଏ

ଅଣନିଶ୍ୱାସି ହେଇ ଗଲା ବେଳେ

ଝରି ଯାଏ ଦି ଧାର ଲବଣାକ୍ତ ଲୁହ

କେତେ ଥର ପୋଛି ନ ପାରି ପିଇ ଦେଇଛି ଯେ ।।


ନିସ୍ୱ ପଣରେ ଯନ୍ତ୍ରଣାର ସହଭାଗିତା,

କଣ ଭୁଲ୍ କୁହ ?

ବିଶ୍ୱାସ ଆଉ ପ୍ରେମ କୁ ପ୍ରମାଣ କରିବାର ଫନ୍ଦି

ମୋତେ ଜଣା ନାହିଁ 

ଛକି ଶୂନ ଖେଳରେ ହାରିବା ପାଳି ଖାଲି ମୋର

ଆଉ ତୁମେ ଯନ୍ତ୍ରଣା ବୋଲି ତ 

କଣ୍ଟକିତ କର ହୃଦୟକୁ ମୋର ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract