STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଯନ୍ତ୍ର ମାନବ

ଯନ୍ତ୍ର ମାନବ

1 min
371

ଘରତୋଳାଠୁ ଦେଉଳ ଯାଏଁ

ବିଲବାଡ଼ି ର ଚାଷ

ରେସ୍ତୋରେଁ ରହି ଯନ୍ତ୍ର ମାନବ

ହସୁଛି ରାଜା ହସ।

ହସ୍ତରେ ରହି ମୋବାଇଲିଟି

ମୁରୁକି ହସେ ନିତି

କମ୍ପ୍ୟୁଟରରେ ସମସ୍ତ କାର୍ଯ୍ୟ

ଚଳେ ସଂସାର ଗତି।

ମେଟ୍ରୋ ରେଳର ସଂଯୋଗ ପଥ

ରାସ୍ତାର ମରାମତି

ଆକାଶେ ଉଡ଼େ ଯେତେ ବିମାନ

ଗାଏ ବିଜ୍ଞାନ ଗୀତି।

ମହାକାଶରେ ସାଟେଲାଇଟ

ଦେଶ ସୁରକ୍ଷା ସାକ୍ଷୀ

ବର୍ଷା ବାତ୍ୟାର ଦିଏ ଖବର

ରାଡାର, ଗତି ଦେଖି।

ସହଜେ ହୁଏ ରୋଗ ନିର୍ଣ୍ଣୟ

ଜୀବନ ଆସେ ଫେରି

ଭୂମି ଉପରୁ ଭୂମା ପର୍ଯ୍ୟନ୍ତ

ଯନ୍ତ୍ରର ଦାଦାଗିରି।

ମାନବ କାମ ହୁଏ ସହଜରରର୍୍

ଜୀବନେ ଖେଳେ ହସ

ଯନ୍ତ୍ରକୁ ଛାଡି ଧରଣୀ ତଳେ

ନମିଳେ କାହିଁ ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract