ଯେହେତୁ ଦେଇଛି ମନ
ଯେହେତୁ ଦେଇଛି ମନ
କାଲି ରାତି ତୁମ କୋମଳ କୋଳରେ
ଯତନରେ ଶୋଇଗଲି ।
ଜାଣେନା କାହିଁକି ତୁମ ଶ୍ରୀ କୋଳକୁ
ଆଜି ମୁଁ ଅଲୋଡ଼ା ହେଲି ।
ସାଗର ବେଳାରେ କିଛିଟା ମୁହୂର୍ତ୍ତ
ମୋ' ପାଇଁ ଅରପି ଥିଲ।
ସାମାନ୍ୟ ଶରଧା ଦେଇ ମୁଁ ନଥିଲି
ଅଳପେ ବିଭୋର ହେଲ ।
ଦୋଷ ମୁଁ ଦେଉନି ତୁମ କୀରତି କୁ
ତୁମେ ତ ଦରଦୀ ବନ୍ଧୁ ।
ସଂସାରରେ ଜାଣେ, ଭରି ରହିଅଛି
ଅଥଳ ଦରଦ ସିନ୍ଧୁ ।
ଭୁଲ୍ କଲ ବୋଲି ଅବଶୋଷ କେବେ
କରିବାକୁ ଦେବି ନାହିଁ ।
ଦୂରେ ରହିଥିବି ଭାବି ହେଉଥିବି
ପର ମୁଁ କରିବି ନାହିଁ।
ମୋ' କପାଳ ଫଟା କେମିତି ପାଇବି
ତୁମ ପରି ବନ୍ଧୁ ରତ୍ନ ?
ସ୍ମୃତିର ଅନଳେ ଜଳୁଥିବି ସଦା
ଯେହେତୁ ଦେଇଛି ମନ ।