STORYMIRROR

ପବିତ୍ର ବେହେରା , ସମ୍ବଲପୁର

Classics Inspirational

3  

ପବିତ୍ର ବେହେରା , ସମ୍ବଲପୁର

Classics Inspirational

ଯେ ଥାଏ ପର ଉପକାରେ

ଯେ ଥାଏ ପର ଉପକାରେ

2 mins
12.1K

  

    ଯେ ଥାଏ ପର ଉପକାରେ

       ରାଜା ହୁଅଇ ସ୍ୱର୍ଗ ଦ୍ଵାରେ।

    ଯେ ଚାହେଁ ସଭିଙ୍କ ର ସୁଖ

       ତାଙ୍କୁ ନ ଛୁଏଁ ପୁଣି ପାପ।

     ଦୁଃଖି ହେଲେ ଅନ୍ୟ ଦୁଃଖରେ

        କିର୍ତ୍ତୀ ଅର୍ଜନ୍ତି ତିନି ପୁରେ।।

     ଯେ କରି ଥାଏ ଉପକାର

        ନିଶ୍ଚେ ପାଇବ ତା'ର ବର।।

     ଯେ କରୁଥାଇ ସର୍ବନାଶ

       ତା କଥା ବୁଝନ୍ତି ମହେଶ।।

    ଯେ ଦୁଃଖ କୁ ସୁଖ ମଣଇ

       ସେ ପ୍ରଭୁ ଙ୍କ ପ୍ରିୟ ହୁଅଇ।।

    ଯେ ବିଶ୍ୱ କୁ ଆତ୍ମା ଭାବ ଇ

       ବିଶ୍ବ ପୁରୁଷ ଆଖ୍ୟା ପାଇ।।

    ଅପାର ଅଟେ ଇ ମହିମା

       ବିଖ୍ୟାତ ହୁଏ ତା'ର ସୀମା।।

    ଆପେ ଦୁଃଖରେ ଜର୍ଜରିତ

       ଜୀବ ଙ୍କୁ ଦେଇ ଥାଏ ଶାନ୍ତ।।

    ମେଘ ଦେହେ ବିଜୁଳୀ ନିଆଁ

       ଥିଲେ ହେଁ ଧରା ହୁଏ ସାହା।।

    ଧରା ମା'ର ଦୁ଼ଃଖ ନିବାରି

       ସବୁଜିମା ଦିଏ ସେ ଭରି।।

    ତେଣୁ ମେଘ ଉଚ୍ଚ ରେ ରହେ

       ନାମ ତାହାର ଧନ୍ୟ ହୁଏ।।

     ମେଘ ପରି ଆନନ୍ଦ ଦେଲେ

       ବାସ ମିଳଇ ଉଚ୍ଚ ସ୍ଥାନେ।।

    ଶୁଣ ହେ ସର୍ବ ନର ନାରୀ

        ନିଜ ନିଜ ଦୁଃଖ କୁ ତ୍ୟାଗ କରି।।

    ଆନନ୍ଦ ଦିଅ ହେ ସଭିଙ୍କୁ

       ଶ୍ରଦ୍ଧା ଶାନ୍ତି ପ୍ରୀତି ଜୀବ ଙ୍କୁ।।

    ଜୀବ ଙ୍କ ହୃଦେ ଭଗବାନ

       ଆନନ୍ଦ ହେଲେ ହୁଏ ଧନ୍ୟ।।

    ମେଘ ଠାରୁ ଶିକ୍ଷା ଅର୍ଜନ

       ଉଚ୍ଚେ ରହିବା ଦେଖ ସ୍ୱପ୍ନ।।                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics