STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଯବନିକା ପରେ

ଯବନିକା ପରେ

1 min
299

ବାଟ ଲମ୍ବି ଯାଏ ଆଗକୁ ଆଗକୁ

ପ୍ରତି ମୋଡ଼ ପରେ ପୁଣି ଆଉ ଥରେ

ଯାତ୍ରା ଜୀବନର ସରେନା ତଥାପି

କାହିଁ କେଉଁ ଏକ ଯବନିକା ପରେ ।।


ପ୍ରତି ମୁହୂର୍ତ୍ତ ମହାର୍ଘ୍ୟ ବେଳା ହୋଇ

ନୂଆ ପ୍ରାରବ୍ଧର ପ୍ରତିକୃତି ଆଙ୍କେ

ଅବତରି ପାରେ ପରିଚୟ ନୂଆ

ଅଜଣା ସଡ଼କ ବଣା ବାଙ୍କ ପାଖେ।।


ବୋଳି ଯାଇପାରେ ସବୁଜ ତରଙ୍ଗ

ନିଃସଙ୍ଗ ତଟିନୀ ତଟ ବାଲୁକାରେ

ରସ ରାଗ ଛନ୍ଦ ମନ୍ଦ ମନ୍ଦ ତୋଳି

କଳ କଳ କାକାଳୀର ସ୍ୱରେ ସ୍ୱରେ।।


ନିହାଣ ର ହଣା ପଥର ପିଠିରେ

ହାତୁଡ଼ିର ହତାଦର କହିଯାଏ

ରହିଯାଏ ଶିଳ୍ପକଳା ଚିର କାଳ 

ତ୍ୟକ୍ତ ଶିଳା କୋଣାରକ ହୋଇଯାଏ ।।


ଆଉଜା କବାଟ କଷା ଶିକୁଳି କୁ

ଆଖି ଅନେଇଛି କାନ କାନେଇଛି

ଅସ୍ପଷ୍ଟ ଶବ୍ଦର ସୂକ୍ଷ୍ମ ନୀରବତା

ଚିରି ଯାଏ ଦାରୁବ୍ରହ୍ମ ରୂପନିଏ ।।


Rate this content
Log in

Similar oriya poem from Abstract