STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଯୌଥ ପରିବାର

ଯୌଥ ପରିବାର

1 min
277

ସେ ଗହଳ ପତ୍ରର ଛାଇଟିଏ

ସବୁ ଋତୁରେ କୁରୁଳି ଉଠୁଥାଏ,

ମୂଳ ତାର ଧରି ରଖେ ସଂସାରକୁ

ସେ ରଙ୍ଗଭରା ଇନ୍ଦ୍ରଧନୁଟିଏ। 


ସେ ତା ସ୍ଥିତିକୁ ଜାବୁଡ଼ି ଧରିଥାଏ

ତାର ଆଦର୍ଶକୁ ବାନ୍ଧି ରଖିଥାଏ

ହେଉ ମହାରୌଦ୍ର କି କାଳ ବୈଶାଖୀ

ମୂଳ ଡାଳକୁ ତା ଭିଡ଼ି ଧରିଥାଏ। 


ସେଠି ଜହ୍ନ ଲୁଚକାଳି ଖେଳୁଥାଏ

ଦ୍ୱିପ୍ରହରରେ ବି ନିତି ଜଳୁଥାଏ,

ଶତ ପତ୍ରଝଡ଼ା ବ୍ୟଥା ପାରି ହୋଇ

ସେ ହରିତ ସଙ୍ଗୀତ ଗାଉଥାଏ। 


ଅଧିକାର ନାମେ ହାଟ ବସେନାହିଁ

ମତାନ୍ତର ହୁଏ ମନ ଫାଟେନାହିଁ,

ବୁଝି ବୁଝେଇବା ନୁହେଁ କଷ୍ଟକର

ସେଠି ଅବୁଝା ବେଘର ହୁଏ ନାହିଁ। 


ଆଜି କାହିଁ ସେ ଉଲ୍ଲାସ କୋଳାହଳ

ପତ୍ରହୀନ ଆଜି ଦିଶେ ସବୁ ଡାଳ,

ମୂଳ ନିର୍ମୂଳ ହୋଇଛି ସମାଜରୁ

ଶୁଭେ ତଥାପି ଅଳ୍ପକେ ହଟଗୋଳ। 


ସେଠି ଅନେକରେ ଥିଲା ପରିଚୟ

ଆଜି ଏକା କିନ୍ତୁ ନାହିଁ ମନ ଥୟ,

ଅସହିଷ୍ଣୁ ଆଜି ସର୍ବେ କର୍ତ୍ତବ୍ୟକୁ

ବଡ଼ ଯଦି ଆଜି ଜୟ ପରାଜୟ। 


ଥରେ ଫେରନ୍ତା କି ଯୌଥ ପରିବାର

ପୁଣି ହସନ୍ତା ଅଗଣା ଦାଣ୍ଡ ଦ୍ୱାର,

ଆଜି କ୍ଳାନ୍ତ ବୋହି ବୋହି ଏକା ହଳ

ମିଳନ୍ତା କି କିଛି କାନ୍ଧ ନୋହି ହଲଚଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract