STORYMIRROR

Manaswinee Dash

Classics

3  

Manaswinee Dash

Classics

ଯୌବନ କ୍ଷଣସ୍ଥାୟୀ

ଯୌବନ କ୍ଷଣସ୍ଥାୟୀ

1 min
163


ଜାଣି ରଖିଥା ଏ ମଣିଷ ମନ, 

କ୍ଷଣସ୍ଥାୟୀ ପରା ତୋର ଯୌବନ, 

ତଥାପି ଯୌବନ କୁ ନେଇ କରୁ ଅଭିମାନ, 

ଦିନେ ଛାଡି ଚାଲି ଯିବ ଏ ଧନ। 



ଯୌବନ ହଲି ହଲି ଆଶେ, 

ଖୁବ୍ କମ ଦିନ କରଇ ବାସ, 

ଯିଏ ଯୌବନ ସତ୍ଯତା କରେ ପ୍ରକାଶ, 

ମନଯୌବନ ସିଏ କରେନା ହ୍ରାସ। 




ଯଉବନ ଯେବେ ଯିବ ଚାଲି, 

ବାହ୍ୟ ସୁନ୍ଦରତା ଯିବ ପହିଲି, 

ଯୌବନକୁ ତୋର ଯିଏ ଚାହିଁ ଥିବ ଖାଲି, 

ସିଏ ତୋ ପାଖେ ନ ରହି ଯିବ ଚାଲି। 



ଯୌବନ ଯେବେ ଚାଲି ଯିବ, 

ଚର୍ମ ରେ ତ କୁନ୍ଚନ ଆସିବ, 

କଳା କେଶ ସବୁ ଧଳା ହୋଇବ, 

ଶରୀରେ ଅସୁସ୍ଥତା ଦେଖାଦବ। 



ବାହାର ଯୌବନ କୁ ଦିଅନି ଧ୍ୟାନ, 

ଅନ୍ତର ଯୌବନ କର ପରିଧାନ, 

ସାଥେ ରହିବ ତୁମ ଚିରଦିନ, 

ସଦା ଏ କଥାକୁ ରଖିବ ଧ୍ୟାନ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics