STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଯାଉ ଏ ତ୍ରିରଙ୍ଗା ଉଡ଼ି

ଯାଉ ଏ ତ୍ରିରଙ୍ଗା ଉଡ଼ି

1 min
402


ମୁକ୍ତି ମନ୍ତ୍ରର ଓଁକାର ନାଦ

ଗଗନ ପବନ ଛୁଇଁ

ଖେଳାଇଲା ପ୍ରତି ପ୍ରାଣରେ ପୁଲକ

ସ୍ୱାଧୀନ ଭାରତ ଦେଇ l


ଦୁଃଖ ଦୁର୍ଦ୍ଦଶାର ଆକାଶ ବକ୍ଷରୁ 

ଅମା ଅନ୍ଧକାର ଫେଇ 

ଘୁଞ୍ଚି ଗଲା ସେଇ ପରାଧୀନ ଶବ୍ଦ 

ଆସିଲା ସୂର୍ଯ୍ୟ ଉଇଁ l


ଅମାପ ଯୁଗର ନିର୍ଯାତନା ସହି 

ଏଇ ମୋ ଭାରତ ମାତା 

ମୁକ୍ତ ମଳୟ ସରାଗେ ଛୁଇଁଲା

ପୋଛି ଦେଇ ଦୁଃଖ ବାର୍ତ୍ତା l


କେତେ କେତେ ବୀର ଏ ମାଟି ସନ୍ତାନ

ଲଢେ଼ରରେ ଥିଲେ ମାତି

କଷଣ ସହିଲେ କାରାବି ବରିଲେ

ଶେଷରେ ଆଣିଲେ ମୁକ୍ତି ।


ବିଦେଶୀ ଇଂରେଜ ଛାଡ଼ିଗଲେ ଦେଶ

ସାତ ଦରିଆର ପାରି

ବେପାର ପାଇଁକି ଆସି ଏ ଦେଶକୁ

ଧନରତ୍ନ କଲେ ଚୋରି l


ଦେଶ ମାତୃକାର ଶିର ଛୁଇଁ ଗର୍ବେ

ଉଡ଼ିଲା ତ୍ରିରଙ୍ଗା ବାନା

ଫିରିଙ୍ଗି ଫେରିଲେ ସ୍ବଦେଶଙ୍କୁ ତାଙ୍କ

ଆମ ମାଟି ତାଙ୍କୁ ମନା l


ଗାନ୍ଧୀ ଦେଖାଇଲେ ଅହିଂସାର ଅସ୍ତ୍ର

ସୁଭାଷ ମାଗିଲେ ରକ୍ତ

ଏକାଠି ହୋଇଲେ ଏ ମାଟି ସନ୍ତାନ

କୋଟି କୋଟି ଦେଶଭକ୍ତ l


ବେଇମାନ ସେହି ଇଂରେଜ ଜାତିଟା

ପରଜୀବି ପ୍ରାଣ ନେଇ

ଏଦେଶ ବୁକୁରୁ ରକ୍ତ ପିଇବାକୁ

ଆସିଥିଲେ ସୀମା ଡେଇଁ l


ବୀର ଭୂଇଁର ଏ ବୀର ସନ୍ତାନ

ଶତ୍ରୁ ଶୋଣିତେ ଖେଳି 

ସଂରଚିଲେ ଗର୍ବେ ଶତସିଂହ ବଳ

ଆତ୍ମସ୍ୱାର୍ଥ ଦେଇ ବଳି l


ସ୍ୱାଧୀନତା ଆଜି ପଞ୍ଚସ୍ତରୀ ବର୍ଷେ

ଥାପିଛି ତା ପକ୍ୱ ପାଦ

ଆସରେ ସରବେ ଅସ୍ମିତା ଭାବରେ 

ହେବା ଆମେ ପ୍ରତିବଦ୍ଧ l


ପୁଣ୍ୟତୋୟା ମୋର ଭାରତବର୍ଷର

ଭାବାବେଗ ସହ ଜଡ଼ି

ନଭଶ୍ଚୁମ୍ଭୀ ଆମ ସ୍ୱାଭିମାନ ଶିରେ

ଯାଉ ଏ ତ୍ରିରଙ୍ଗା ଉଡ଼ି l


ମାତୃଭୂମିର ମାଟି ଛୁଇଁ ଆମେ

ସଂକଳ୍ପ କରିବା ଆଜି

ଆର୍ଯ୍ୟାବର୍ତ୍ତର ଅଖଣ୍ଡତା ପାଇଁ

ଜୀବନକୁ ଦେବା ବାଜି l



Rate this content
Log in

Similar oriya poem from Inspirational