STORYMIRROR

Puspanjali Panda

Classics

4  

Puspanjali Panda

Classics

ଯାତ୍ରା ସଙ୍ଗୀତ

ଯାତ୍ରା ସଙ୍ଗୀତ

1 min
394

ଜୀବନ ଯାତ୍ରାରେ ଯେ କେତେ ମୁହୂର୍ତ୍ତ 

ସ୍ମୃତି ଫରୁଆରେ ବୁଜା

କେତେ ଯାତ୍ରାପଥ ଅତିକ୍ରମ କଲି

ଏଯାଏ ଅଛି ଅବୁଝା

କେଉଁଠି ଲୁଚିଛି ଯାଇ

ମୁକ୍ତିତୀର୍ଥ ଜଣାନାହିଁ

ତଥାପି ଚାଲିଛି ଆଗପଛ ହୋଇ

ସାଥେ ମୃତ୍ୟୁ ସାହାନାଇ।


ଆଖିବୁଜି ଚାଲେ ,ଅନ୍ଧ ନୁହେଁ ସତ

ବିଶ୍ୱାସ ମୋହର,ଛାଡ଼ିବନି ହାତ

ଯେବେ ମୁହଁ ଫେରାଇବ

ଅନ୍ଧାର ଘୋଟି ଆସିବ

ମୃତ୍ୟୁ ଡାକିବ ସାଙ୍ଗେ ଟାଣିନେବ

ତଥାପି ମୋ ସାଥେ ଥିବ ।


ଉଦିତ ସୂର୍ଯ୍ୟ ର ଆଭା ଆଲୋକିତ

କରେ ,ସଵୁ ଯାତ୍ରା ତୁମଠାରେ ଶେଷ

ଯନ୍ତ୍ରଣା ପୁରିତ ଯାତ୍ରା ରେ

ରାସ୍ତାର ଖରା ଛାଇରେ

ତୁମେ ଅଛ ମୋର ସୁଖ ଦୁଃଖରେ।


ଯେତେ ବାଧା ବିଘ୍ନ ଝଡ଼ ଝଞା ଆସୁ

ଆସୁ ଯେତେ ପାପ ପୁଣ୍ୟ ଫଳ ପ୍ରସୁ

ସବୁକିଛି ଠିକ୍ ହେବା ଆଶ

ରହିଥାଉ ଏ ବିଶ୍ୱାସ

ଯାତ୍ରା ହେଉ ତୁମ ନାମେ ଶେଷ।


ଜୀବନ ଯାତ୍ରା ରେ ତୁମ ନାମ ସାହା

ସାମର୍ଥ୍ୟ ବି ତୁମ ନାମ

ଅଳୀକ ସଂସାର ବୁଝେନାହିଁ ସତ

ପ୍ରେମ ତୁମ ଅନୁପମ

ଅହଂ ଭରା ଯାତ୍ରା ମୋର

ଲୋଭର କାୟା ବିସ୍ତାର

ହିସାବ ନିକାସ କର୍ମଫଳ ଭୋଗପରେ।


ଜୀବନ ଆୟୁଷ ଯାତ୍ରା ରେ କାଟିଛି

ଯାହାବି ସୁକର୍ମ ଅକର୍ମ କରିଛି

ସାତଖୁଣ୍ ମାଫ୍ କରି

ଆସୁପଛେ ମୃତ୍ୟୁ ଅରି

ଉଦ୍ଧାରିବ ମତେ ଦୟାକରି।



Rate this content
Log in

Similar oriya poem from Classics