ଯାହାକୁ ମୁଁ ଏତେ ଭଲ ପାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ଯାହାକୁ ମୁଁ ଏତେ ଭଲ ପାଉଛି
ମନର କବିତା ତାକୁ ଲେଖୁଛି ।
ଯାହାକୁ ମୁଁ ଏତେ ଭଲ ପାଉଛି
ଯା’ ସାଥେ ମନ ମୋର ମିଶିଛି
ମନ ସବୁବେଳେ ତାକୁ ଭାବୁଛି ।
ଯାହାକୁ ନିଜର ଅତି ଭାବୁଛି
ମନ କଥା ଖୋଲି ତାକୁ କହୁଛି ।
ଅଭିମାନ ମୋତେ ଯିଏ କରିଛି
ତା’ ପାଇଁ ମନ ମୋର ଝୁରୁଛି ।
ଯାହାଠୁ ମୁଁ ଏତେ ଖୁସି ପାଉଛି
ହୃଦୟ କବିତା ତାକୁ ଲେଖୁଛି ।
ହୃଦୟେ ଯାହାକୁ ମୁହିଁ ଚାହୁଁଛି
ତା ପାଇଁ ଆଜି ମୁହିଁ ବଞ୍ଚିଛି ।
ଅନୁଭବ ଯାହାକୁ ମୁଁ କରୁଛି
ସୁଖ ଦୁଃଖ ତାକୁ ମୁଁ ବାଣ୍ଟୁଛି ।
ଯିଏ ମୋତେ ଆଜି ଟିକେ ଭାବୁଛି
ତା’ ପାଇଁ ଅନ୍ତର ମୋ କାନ୍ଦୁଛି ।
ମୋତେ ନଦେଖିଲେ ଯିଏ ଝୁରୁଛି
ତା’ ସାଥେ ବଞ୍ଚିବାକୁ ଚାହୁଁଛି ।
ଯିଏ ମୋତେ ଜୀବନରେ ଚାହୁଁଛି
ଜୀବନ ଦେବାକୁ ମୁହିଁ ଚାହୁଁଛି ।
ଯାହାକୁ ମୁଁ ଏତେ ଭଲ ପାଉଛି
ମନର କବିତା ତାକୁ ଲେଖୁଛି ।
ଯାହାକୁ ମୁଁ ଏତେ ଭଲ ପାଉଛି
Poet : HARI HAR
Date : 09/11/2018

