ଭଲ ପାଏ ବୋଲି ତୋତେ
ଭଲ ପାଏ ବୋଲି ତୋତେ
❤ଭଲ ପାଏ ବୋଲି ତୋତେ❤
🌻🌻🌻🌻🌻🌻🌻🌻
ଭଲ ପାଏ ବୋଲି ତୋତେ
ସବୁ କଥା ଖୋଲି କୁହେ ।
ଭଲ ପାଏ ବୋଲି ତୋତେ
ସବୁ କଥା ଖୋଲି କୁହେ ।
ତୁ ମୋର ପସନ୍ଦ ବୋଲି
ଏ ମନ ସବୁ ବେଳେ ଚାହେଁ ।
ଏ ମନ ମିଶି ଯାଇଛି ବୋଲି
ଭୁଲିଲେ ବି ଭୁଲି ନହୁଏ ।
ହୃଦୟ ଦେଇଛି ବୋଲି
ତୋ କଥା ମୁହିଁ ଭାବୁଥାଏ ।
କାଳେ ଭୁଲିଯିବୁ ମୋତେ ତୁହି
ମନେ ମୋର ଡର ଥାଏ ।
ତୋତେ ନିଜର କରିଛି ବୋଲି
ତୋର ସବୁ କଥା ସହି ଯାଏ ।
ଭାବ ବଢିଗଲା ବୋଲି
ଏ ମନ ପ୍ରେମ ଚାହୁଁଥାଏ ।
ଅନୁଭବ କରେ ବୋଲି
ମନ ମୋର ଝୁରୁଥାଏ ।
ମନେ ତୁମେ ପଡ ବୋଲି
ମନ ଖୋଲି କହି ଦିଏ ।
ଏକା ଯେବେ ବସି ଥାଏ
ତୁମ ଭାବନାରେ ହଜି ଯାଏ ।
ଦିନ ରାତି ଭାବେ ବୋଲି
ସ୍ୱପ୍ନ ରେ ମୁହିଁ ଦେଖୁଥାଏ ।
ତୁମ ଛବି ଦେଖୁଛି ବୋଲି
ତୁମ ପ୍ରେମରେ ମୁଁ ଡୁବିଯାଏ ।
ତୁମ କଥା ଭାବୁଛି ବୋଲି
ଦିନ ମୋର କଟି ଯାଏ ।
କଥା କୁହ ବୋଲି ତୁମେ
ଖୁସି ମୁହିଁ ପାହୁଥାଏ ।
ଭଲ ପାଏ ବୋଲି ତୋତେ
ସବୁ କଥା ଖୋଲି କୁହେ ।
ତୋତେ ନିଜର କରିଛି ବୋଲି
ତୋର ସବୁ କଥା ସହି ଯାଏ ।
❤💙❤💙🌻❤💙❤💙
Poet : HARI HAR
DATE : 05/11/2018

