କେବେ ନିଷ୍ଠୁର ଲୋ ହୃଦୟ ତୋର
କେବେ ନିଷ୍ଠୁର ଲୋ ହୃଦୟ ତୋର
କେଡେ ନିଷ୍ଠୁର ଲୋ ହୃଦୟ ତୋର
ବୁଝି ପାରିଲୁନି ମନକୁ ମୋର।
କେଡେ ନିଷ୍ଠୁର ଲୋ ହୃଦୟ ତୋର....।
ମୋପାଇଁ ନାହିଁ ସମୟ ତୋର
କଥା ନହେବାକୁ ବାହାନା କର ।
ତୁ ନୁହେଁ ସିନା ରକ୍ତର ମୋର
ହେଲେ ଝୁରେ ତୋ ପାଇଁ ମୋ ଅନ୍ତର ।
ଥରେ ଭାବି ଦେଖ କରି ନିଜର
ଯାଣିଯିବୁ ଲୋ ତୁ ମୁଁ କାହାର ।
ତୋ ସୁଖ ଦୁଃଖ ଭଲ ମନ୍ଦରେ
ଥିବି ଲୋ ମୁଁ ପାଖରେ ତୋର ।
ତୁ ରୁଷିଲେ ମୁଁ ବୁଝେଇ ଦେବି
ଲୁହ ପୋଛି ଦେବି ଆଖିରୁ ତୋର ।
ଯଦି ଥାଏ ଟିକେ ଭଲ ପାଇବା
ଖୁସି କରି ଦେ ଲୋ ମନକୁ ମୋର ।
କଥା ଟିକେ କହି ବୁଝେଇ ଦେଲୋ
ବୁଝି ଯାଉ ମନଟା ମୋର ।
ବାଧେ ଯେବେ ମନକୁ ମୋର
ଲୁହ ଝରିପଡେ ଆଖିରୁ ମୋର ।
ଯଦି ହୃଦୟ କୁ ଭାଂଗିବୁ ମୋର
ତୁ ଶୁଣିବୁ ଲୋ ମଲା ଖବର ।
ଭଲ ପାଏ ତୋତେ ହୃଦୟ ଦେଇ
ମୁଁ ଚାହୁଁଛି ଲୋ ହେବି ତୋହର ।
ଆଜି କାନ୍ଦୁଛିଲୋ ହୃଦୟ ମୋର
ତୁ ବୁଝେଇଦେ ମନକୁ ମୋର ।
କେଡେ ନିଷ୍ଠୁର ଲୋ ହୃଦୟ ତୋର
ତୁ ବୁଝିଲୁନି ମନକୁ ମୋର ।
କେଡେ ନିଷ୍ଠୁର ଲୋ ହୃଦୟ ତୋର .....
Poet : Harihar
22/10/2018
