STORYMIRROR

Harihara Behera

Romance

3  

Harihara Behera

Romance

ତୋ ପ୍ରେମରେ ଫଡିଛି ହରି

ତୋ ପ୍ରେମରେ ଫଡିଛି ହରି

1 min
14.4K


ତୁ ସୁନ୍ଦର ରୂପସୀ ନାରୀ

ତୋ ପ୍ରେମରେ ପଡିଛି ହରି ।( 2 )

ତୁ ତ ସୁନ୍ଦରୀଙ୍କ ଠାରୁ ସୁନ୍ଦରୀ

କେହି ହେବେନି ତୋ ସହିତ ସରି ।

ତୁ ତ ସରଗର ଅପସରୀ

ତୁ ମୋ ମନର କନ୍ୟା କୁମାରୀ ।

ତୁ ଲାଗୁଛୁ ଲୋ ରାଜ କୁମାରୀ

ତୋ ପଛରେ ପଡିଛି ହରି ।

ତୋତେ ଦେଇଛି ଲୋ ଭଲ ପାଇବା

ପ୍ରେମ ଅସରନ୍ତି ସ୍ନେହ ମମତା ।

ମୁଁ ତୋ ଭାବନାରେ ହୁଏ ଝୁରି

ଆଲୋ ଯିବୁନି ଲୋ ମୋତେ ପାସୋରି ।

ଯଦି ଦେବୁ ଲୋ ତୁ ପର କରି

ମୁଁ ଝୁରି ଝୁରି ଯିବି ଲୋ ମରି ।

ମୁଁ ହେବାକୁ ଚାହୁଁନି କାହାରି

ମୁଁ ଚାହୁଁଛି ଲୋ ହେବି ତୋହରି ।

ତୁ ସୁନ୍ଦର ରୂପସୀ ନାରୀ

ତୋ ପ୍ରେମ ରେ ପଡିଛି ହରି ।

ତୋ ପ୍ରେମରେ ପଡିଛି ହରି

ତୋ ପ୍ରେମରେ ପଡିଛି ହରି ।

Poet : HARI HAR


Rate this content
Log in

Similar oriya poem from Romance