STORYMIRROR

Harihara Behera

Others Tragedy

3  

Harihara Behera

Others Tragedy

ତୁମେ ଭୁଲିବନି କେବେ ମୋତେ

ତୁମେ ଭୁଲିବନି କେବେ ମୋତେ

1 min
13.9K


ଆଜି କଥା ଦିଅ ସାଥୀ ମୋତେ

ତୁମେ ଭୁଲିବନି କେବେ ମୋତେ ।

ମୁଁ ଖାଉଛି ତୁମରି ରାଣ

ଭୁଲିଗଲେ ହାରିବି ମୁଁ ପ୍ରାଣ ।

ତୁମେ ମୋର ହସ ଖୁସି

ଦୁଃଖ ସୁଖର ତୁମେ ମୋ ସାଥୀ ।

ମୋତେ କରିବନି କେବେ ପର

ନିଜ ଠାରୁ କରିବନି ଦୂର ।

ଭଲ ପାଇ ଦେଲ ତୁମ ମନ

ସ୍ନେହ ସରଧାରେ ଡାକ ଧନ ।

ଭଲ ପାଇ ଦେଲ ଅଧିକାର

ମୋ ପ୍ରେମକୁ କଲ ସ୍ୱୀକାର ।

ତୁମ ବିନା ଲାଗେ ନାହିଁ ମନ

ତୁମ ବିନା ଅଧୁରା ଜୀବନ ।

ଯେତେ ଝଡ ଆସୁ ଜୀବନରେ

ମନ ଦୁଃଖ କରିବନି ଥରେ ।

ଭାବୁଥିବ ଯେବେ ମୋର କଥା

ତୁମ କୋଳରେ ଥିବ ମୋ ମଥା ।

ଆଜି କଥା ଦିଅ ସାଥୀ ମୋତେ

କେବେ ଭୁଲିବନି ତୁମେ ମୋତେ ।

Poet : Harihar

Date : 25/10/2018


Rate this content
Log in