STORYMIRROR

Umashankar Satpathy

Romance

4  

Umashankar Satpathy

Romance

ଯାହାକୁ ଚାହିଁ ଚାହିଁ

ଯାହାକୁ ଚାହିଁ ଚାହିଁ

1 min
222


ତୁମ ଆସିବାର 

ପଥ ଚାହିଁ ଚାହିଁ

ସତରେ ମଉଳିଗଲା 

ଏ ରୌଦ୍ର

ତୁମବିନା ପ୍ରିୟେ 

ସବୁଥିଲା ଶୂନ୍ୟ,

ଶୂନ୍ୟ ଦିଶୁଥିଲା 

ହେଲେ ଆସିବାକୁ ଥିଲା ଭାଦ୍ର।

ମନେ ହୁଏ କାହାକୁ

ମୁଁ ଖୋଜୁଛି ଅନ୍ତରେ,

ସତେ କିବା ଲଭିବି 

ତବ ସ୍ପର୍ଶ , ପ୍ରଣୟ କୋମଳେ

ଏମିତିକା କେତେ ସ୍ବପ୍ନ

ବିଲୀନ ମରୁରେ

ମରୀଚିକା ଖୋଜେ 

ଆଜି ତୃଷ୍ଣାର ବିକଳେ।

ବିତିଗଲା ବର୍ଷପରେ ବର୍ଷ

କାହାର ପ୍ରେୟସୀ ତୁମେ

ଆଖିମାର ଏଇ ଦୁର୍ଦ୍ଦିନରେ

ଅହଙ୍କାର ସୌନ୍ଦର୍ଯ୍ୟର

ଆଜିବି ଝଟକେ

କିଏ ସେ ସତ୍ୟବାନ୍ 

ଦେଖୁଛି ମୁଁ

ସାବିତ୍ରୀ କୋଳରେ।

ତିଳେ ମାତ୍ର ସ୍ନେହ ଶ୍ରଦ୍ଧା

ଅନ୍ଧ ଗଳିର ନଗ୍ନ ବିଭୀଷିକା 

କରେ ଏକାନ୍ତ ନିଃସଙ୍ଗ

ଉଚ୍ଚ ପ୍ରାସାଦର ଆଧୁନିକ ଭବ୍ୟ କୋଠରୀରେ

ହଜିଯାଏ ,

ଜ୍ୟୋତ୍ସ୍ନା ବିଧୌତ ସଂନ୍ଧ୍ୟା

ରଜନୀର ଅପରୂପ ଶୋଭା 

କେବଳ

ରାଜ ରାସ୍ତାର ହେଲୋଜେନ

ଆଲୋକରେ

ଯେମିତି କି

ତୁମ ହଳଦିରଙ୍ଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance