STORYMIRROR

Manas Kumar Behera

Abstract

4  

Manas Kumar Behera

Abstract

ଯାହା ମୋତେ ବ୍ୟଥିତ କରିଥିଲା

ଯାହା ମୋତେ ବ୍ୟଥିତ କରିଥିଲା

1 min
23.3K

ଚାରିଆଡେ ଛିଟିକି ପଡୁଥିଲା

ସୂର୍ଯ୍ୟଙ୍କର ଭୀଷଣ ରୌଦ୍ରତାପ

ବୁଜୁଳାରେ ଚାରିସେର ଚୁଡାଧରି

କ୍ଷିପ୍ରବେଗରେ ଚାଲୁଥିଲେ ସତେ ଅବା ତୋପ

ଅନ୍ୟ କିଛି ରାହା ନଥିଲା

ଘରେ ପହଁଚିବା ଏକମାତ୍ର ଲକ୍ଷ୍ୟ ଥିଲା


କୋଶେ ଦି କୋଶ ନୁହେଁ ଶହଶହ କିମି

ଚାଲିବାକୁ ପଡିବ ତାଙ୍କୁ ଛୁଆପିଲା ଧରି

ପୁଅଟିକୁ କୋଳରେ ଧରିଥିଲା ତାର ମାଆ

ଝିଅକୁ କାନ୍ଧରେ ବସାଇ ବାପା ଆସୁଥିଲା

ପିନ୍ଧିବା ବସ୍ତ୍ର ଛାଡା ଆଉ କିଛି ନଥିଲା

ଭୀଷଣ ଖରା ତେଜରେ ସମସ୍ତଙ୍କ ମୁହଁ ଲାଲ ଦିଶୁଥିଲା


ଟକମକ ଲାଲ ସୁରୁଜ ଅଗ୍ନି ବର୍ଷୁଥିଲା

ପିଚୁ ତରଳି ପାଦତଳେ ରକ୍ତର ଜମାଟ ବାନ୍ଧୁଥିଲା

ଚାରିଆଡେ ପଡିଥିଲା ଭୋକିଲା ଶ୍ରମିକର 

ରକ୍ତ ଜୁଡୁବୁଡୁ ପାଦ ଚିହ୍ନ

ରାଜ୍ୟ ରାଜ ପଥ ରକ୍ତର ନଇ ହୋଇ ବହିଯାଉଥିଲା


କେତେ କାହାର ବିକଟାଳ ଶବ୍ଦଶୁଣି କର୍ଣ୍ଣ କମ୍ପିତ ହୋଇଉଠୁଥିଲା

ସେ ଲୋମଟାଙ୍କୁରା ଦୃଶ୍ୟ ମୋତେ ଚକିତ,ବ୍ୟଥିତ କରୁଥିଲା

ମୁଠେ ଦାନା ପାଣି ଯୋଗାଡ ପାଇଁ ଦାଦନ ସାଜି ଗାଁ ଛାଡିଥିଲା

ହେଲେ ସେ ଫେରି ଆସିବା ବେଳକୁ ରକ୍ତର ନଦୀରେ

ଶବଟିଏ ହୋଇ ଭାସି ଯାଉଥିଲା


ଯେତେ ଚିତ୍କାର କରି ,ନେହୁରା ହେଇ ଡାକିଥିଲେ ବି 

କେହି ତାକୁ ଛୁଇଁ ନଥିଲେ

ଜ୍ଞାତି କୁଟୁମ୍ବ ସବୁ ତାକୁ ପର କରିଦେଇଥିଲେ

ଯାହା ପାଇଁ ସେ ବିଦେଶ ଯାଇଥିଲା

ଆଜି ତାକୁ ଦାଦନ କହି , ତିରସ୍କାର କରି ପାଶୋରିଦେଲେ

ଯାହା ମୋତେ ଭାରି ବ୍ୟଥିତ କରିଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract