Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmala Nayak

Tragedy

3  

Nirmala Nayak

Tragedy

ଯାହା କହି ହୁଏନା

ଯାହା କହି ହୁଏନା

1 min
224


ଏମିତି ଅନେକ କଥା                        

 ଯାହା କହି ହୁଏନା

କି ସହି ହୁଏନା  |  


'ସ୍ମୃତି'ର କିତାବରେ 

ହୃଦୟ ର ସ୍ପନ୍ଦନ ରେ 

ଦିନର କୋଳାହଳ ରେ  

ରାତିର ନିସ୍ତବ୍ଧ ପ୍ରହର ରେ  

 'ପଥର'ର ପାହାଡ଼ ଗୁମ୍ଫା ରେ  

 'ଏମିତି ଅନେକ କଥା 

ଯାହା କହି ହୁଏନା ! 


'ବାଲ୍ୟକାଳ'ର ଲୁଚକାଳି 

ବୋହୂ ବୋହୂକା ଖେଳ 

"ଯୌବନ"ର ପ୍ରେମର ବନ୍ୟା 

ଆକାଶେ ଉଡିବାର ସ୍ବପ୍ନ 

"ବାର୍ଦ୍ଧକ୍ୟ"ର ନିଷ୍ଠୁର 

ବନ୍ଧନର 'ଜୁଆର'-- ଭଟ୍ଟା 

'ସମ୍ପର୍କ'ର ଭଲ ପାଇବାର 

ସୁଦୃଢ ନିବିଡ଼ତା --

'କୁଆଁରୀ' ଜୀବନର .

ବସନ୍ତ ରାଗିଣୀ 

ଏମିତି ଅନେକ କଥା 

ଯାହା କହି ହୁଏନା ||


ଅତୀତର 'ଇତି' କଥା 

ପ୍ରତ୍ୟେକ ମୁହୂର୍ତ୍ତର ବ୍ୟଥା 

ମନ ଖୋଜେ ଆକାଶର 

'ପୂର୍ଣ୍ଣିମା'ର 'ଜହ୍ନ' ଭିତରେ 

'ଅମାବାସ୍ୟା'ର 'ତାରା' ଭିତରେ 

ସୂର୍ଯ୍ୟୋଦୟର ଆଲୋକ ଭିତରେ 

ସେ ସବୁ ସ୍ମୃତି --

ଅଭୁଲା କିମ୍ବଦନ୍ତୀ ---

ଏମିତି ଅନେକ କଥା 

ଯାହା କହି ହୁଏନା


Rate this content
Log in

Similar oriya poem from Tragedy