STORYMIRROR

Chiranjibi Sahoo

Inspirational Thriller

3  

Chiranjibi Sahoo

Inspirational Thriller

ଯା ରେ ଭାସି ଭାସି ଯା

ଯା ରେ ଭାସି ଭାସି ଯା

1 min
383

ବହିଯା ରେ ମୋର କାଗଜ ଡଙ୍ଗା

କଟକର କାନ୍ତି ପ୍ରାନ୍ତେ

ମହାନଦୀର ଜଳ ସାଥେ ଭାସି

କାଠଯୋଡ଼ିର କାନ୍ତେ


ଦେଖିବୁ ପଥରେ ମାୟାନଗରୀର

ମହିମ୍ନ ଶ୍ରୀ ରୂପକାନ୍ତି

ସମ୍ମୁଜ୍ବଳ ପୁଣି ସୌଧ ଅଟ୍ଟାଳିକା

ସ୍ୱର୍ଗଲୋକର ଭ୍ରାନ୍ତି


ଶତାବ୍ଦୀକ ସହରର ସ୍ବାକ୍ଷର

ବାରବାଟୀ ପ୍ରାଚୀରରେ

ଐତିହ୍ୟ ଗାଉଛି ନୌବାଣିଜ୍ୟ

ସଂଗ୍ରହାଳୟ ନାଚିରେ


ବାଟେ ତୁ ଦେଖିବୁ କେତେ ଦୀର୍ଘ ସେତୁ

ସୁସ୍ପଷ୍ଟ କିଛି ବିଶିଷ୍ଟ

ଚାଲିଯାଉଥିବେ ବାଷ୍ପୀୟ ଶକଟ

କରି ନୀରବତା ନଷ୍ଟ


ଦିନ ଥିଲା ଏହି ଦ୍ବୀପର ବୁକୁରେ

ତୋହ ଜ୍ୟେଷ୍ଠ ଭ୍ରାତାମାନେ

ଚଳୁଥିଲେ ନେଇ ଉତ୍କଳର କୀର୍ତ୍ତି

ଜାଭା ସୁମାତ୍ରା ଦର୍ଶନେ


ଆଜି ସେ କୀରତି ଲିପିବଦ୍ଧ ଖାଲି

କଟକର ମଥାପରେ

ଗରୀୟାନ ନଗ୍ର ଗର୍ବ ସାଜେ ମୋର

ସମ୍ପତ୍ତିର ପାରାବାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational