STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଉଠ ଓଡ଼ିଆ

ଉଠ ଓଡ଼ିଆ

1 min
146


ଅଗମ୍ୟ ବନ ଦୁର୍ଗ ପ୍ରାଚୀର ଭଙ୍ଗା ପ୍ରାନ୍ତରେ ବସି

ଡାକେ ତାନ୍ତ୍ରିକ ହୁଅ ଜାଗ୍ରତ ନିଦ୍ରିତ ପୁରବାସୀ।

ପୃଥ୍ବୀ ବିଦାରି ବାରବାଟୀ ଶବ ଚଞ୍ଚଳ ବାରେ ଉଠ

ଓଡିଶାର କୋଣ ଅନୁକୋଣୁ , ବୀର ନକରି ମଠ।

ଉଠ କଙ୍କାଳ ନୋହି ଦୁର୍ବଳ ନିର୍ଭିକ ରଥୀ ସାଜି

ଉତ୍କଳ ମାଆ ଅଶ୍ରୁ ମୋଚନେ ବାହାରି ଆରେ ଆଜି।

ଖୋର୍ଦ୍ଧା ଗଡର ପାଇକ ବୀର ସମ୍ବଲପୁର ଯବାନ

ମନ୍ଦ୍ର ନିନାଦେ ଡାକେ ଫୁଲଝର ଶାଣିତ ମେଘାସନ।

ରାଇବଣିଆର ରଣ ସଂଗୀତ ଗଞ୍ଜାମର ହୁଙ୍କାର

ସିଂହଭୂମିର ପଟୁଆର ସାଜି ଆସ ପାଟଣା ବୀର।

ଉଠ ଦୁର୍ବଳ ହୁଅ ସବଳ,ଛିଣ୍ଡାଇ ଦିଅ ଶୃଙ୍ଖଳ।

ମାଆ ମାଟିର ମୁକତି ପାଇଁ ସାଜରେ ଆଜି ସାର୍ଦୁଳ।

ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଦିଅ ଖୋଲି

ଅଶ୍ରୁ ନିଗାଡେ ନତ ମସ୍ତକେ, ଦିଅରେ ଶିର ତୋଳି।

ଖଣ୍ଡା କୁଶଳ ଖଣ୍ଡାୟତର, ଶୁଣିଛି କାରନାମା।

ଛତ୍ରଭଙ୍ଗ ଦେଲେ ଅଇରୀ, ଛାଡି ତା ପରିସୀମା।

ବଙ୍ଗ ହେଉକି ମଗଧ ଅରୀ, ପ୍ରତାପୀ ପୁଷ୍ପମିିତ୍ରର

ବିଜୟ ନଗର ବାହମନୀ ଆଉ ଜବନର କେତେ ଥର।

ପରାସ୍ତ ହୋଇ ଫେରିଛି ଶେଷେ ,ଓଡିଶା ଭୂଇଁ ଛାଡି

ସଂହ ଶିଶୁ ତୁ ନୋହୁ ଦୁର୍ବଳ, ଉଠ ତୋ ଅସୀ ମାଜି।

ବାଜେ ଧୁନ୍ଦୁଭି ବୀର ନିର୍ଘୋଷ, ଉଠରେ ବୀର ଗଣ।

ଦେଇ ହୁଙ୍କାର ଶାନ୍ତ ରକତ, କର ତପତ ପୁଣ।

ବେଳନାହିଁ ବେଳନାହିଁ ଓଡିଆ, ଟେକ ଚଞ୍ଚଳ ଶିର

ବିଦାରି ଉପଳ ପିଞ୍ଜର ତଳୁ, ମଥା ଟେକ ଏଥର।

ବାଜି ଉଠୁ ପୁଣିବିଜୟ ଭେରି, ନାଚରେ ଉନ୍ମାଦରେ।

ଧୂର୍ଜଟି ଜଟାଜୁଟ କମ୍ପାଇ, ଯୌବନ ଦୀପ୍ତ ଶକ୍ତିରେ।

ଉଠ କଙ୍କାଳ ନୁହ ଦୁର୍ବଳ, ଜାଗ ଓଡିଆ ବୀର ।

ମାଆ ମାଟିତୋ ଲୁଣ୍ଠିତ ଆଜି, ବୁହାଏ ଆଖି ନୀର।

ସହିବୁ କେତେରେ ମାଁର ଲୁହ, ତୁତ ସେ ବୀର ପୁଅ।

ରଣ ହୁଙ୍କାରେ ଭଗା ଅଇରୀ

 ସାଥେ କାଳିଆ ତୋ ଦିଅଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational