STORYMIRROR

Chinmayee Sahoo

Inspirational

3  

Chinmayee Sahoo

Inspirational

ଉଠ ଧନମାଳି

ଉଠ ଧନମାଳି

1 min
783



ଯାମିନୀ ବିତିଲା ଉଷା ପ୍ରକଟିଲା

ଉଠ ଧନମାଳି ମୋର

ନିଦ୍ରା ତେଜ୍ୟା କରି ପ୍ରଭୁଙ୍କୁ ସୁମରି

କର୍ମେ ହୁଅ ତତପର।


ତାମ୍ର ଚୂଳ କାକ ପିକ ରାବ ଦେଲେ

ଫୁଟିଲା ତରାଟ ଜବା 

ପ୍ରଭୁଙ୍କୁ ସମର୍ପି ସେ ପୁଷ୍ପ ଚନ୍ଦନେ

ଲକ୍ଷ୍ୟ ସ୍ଥଳେ ଆଗେଇବା।


ଗତିଶୀଳ କାଳ ଚଞ୍ଚଳ ବି ରବି

ଅପେକ୍ଷା ନ କରି କା'ରେ

ନିଜ ପଥେ ଚାଲିଯିବେ ସର୍ବେ ଏଠି

ନ ରହ ତୁହି ପଛରେ।


ଆଳସ୍ୟ ଦୁଃଖର କାରଣ ଅଟଇ

ନ ହୁଅ ତା'ବଶ କେବେ

ନୀତି ନିଷ୍ଠ ହୋଇ ଧର୍ମ ପଥପରେ

ଅଗ୍ରସର ହୁଅ ଏବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational