ଉଠ ଧନମାଳି
ଉଠ ଧନମାଳି
ଯାମିନୀ ବିତିଲା ଉଷା ପ୍ରକଟିଲା
ଉଠ ଧନମାଳି ମୋର
ନିଦ୍ରା ତେଜ୍ୟା କରି ପ୍ରଭୁଙ୍କୁ ସୁମରି
କର୍ମେ ହୁଅ ତତପର।
ତାମ୍ର ଚୂଳ କାକ ପିକ ରାବ ଦେଲେ
ଫୁଟିଲା ତରାଟ ଜବା
ପ୍ରଭୁଙ୍କୁ ସମର୍ପି ସେ ପୁଷ୍ପ ଚନ୍ଦନେ
ଲକ୍ଷ୍ୟ ସ୍ଥଳେ ଆଗେଇବା।
ଗତିଶୀଳ କାଳ ଚଞ୍ଚଳ ବି ରବି
ଅପେକ୍ଷା ନ କରି କା'ରେ
ନିଜ ପଥେ ଚାଲିଯିବେ ସର୍ବେ ଏଠି
ନ ରହ ତୁହି ପଛରେ।
ଆଳସ୍ୟ ଦୁଃଖର କାରଣ ଅଟଇ
ନ ହୁଅ ତା'ବଶ କେବେ
ନୀତି ନିଷ୍ଠ ହୋଇ ଧର୍ମ ପଥପରେ
ଅଗ୍ରସର ହୁଅ ଏବେ।