STORYMIRROR

Prasanta Pradhan

Classics Others

3  

Prasanta Pradhan

Classics Others

ଉତ୍କଳର ମଣି ଗୋପବନ୍ଧୁ

ଉତ୍କଳର ମଣି ଗୋପବନ୍ଧୁ

1 min
325


ହେ ଉତ୍କଳର ମଣି

ଝୁରୁଛି ତୁମକୁ ଜନ୍ମଭୂମି ଆଉ

ଖୋଜୁଛି ଉତ୍କଳ ଜନନୀ


ତୁମ ସେବା ,ନିଷ୍ଠା ,ତ୍ୟାଗ ପାଇଁ ଆଜି,ଗର୍ବ କରେ ଏ ଓଡ଼ିଶା

ଓଡ଼ିଆ ସାହିତ୍ୟ ବର୍ଣ୍ଣମାଳା ପୁଣି

ମଧୁର ଯେ ତୁମ ଭାଷା


ତୁମେ ଥିଲ ଦିନ ଦରିଦ୍ରଙ୍କ ବନ୍ଧୁ

ପରୋପକାରୀ ମଣିଷ

ତୁମକୁ କେମିତି ଭୂଳିବୁ ହେ ବୀର

ଶିକ୍ଷା ଦେଇଛ ଅଶେଷ


ମାନବ ସେବାର ମନ୍ତ୍ର ଉଚ୍ଚାରଣ

ଶିଖାଇଛ ତୁମେ ଆଜି

ତୁମେ ଶିଖାଇଛ ସତ୍ୟ , ଅହିଂସାର

ଜୀବନ ପ୍ରଦୀପ ସାଜି


ନିଜର ଦୁଃଖକୁ ଭୁଲି ଯାଇ ତୁମେ

ପର ଦୁଃଖେ ହୁଅ ଦୁଃଖୀ

ବନ୍ୟା ପ୍ରପୀଡ଼ିତ ଜନତାଙ୍କୁ ସେବି

ହେଉଥିଲ ତୁମେ ସୁଖୀ


ତୁମ ଜନ୍ମତିଥି ପାଳୁଛି ଓଡ଼ିଶା

 ଗାଇ ତୁମ ଗୁଣ ଗାନ

ତୁମେ ସେହିବୀର ଟେକ ରଖିଥିଲ

ଓଡ଼ିଆ ଜାତିର ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics