STORYMIRROR

Prasanta Pradhan

Others

3  

Prasanta Pradhan

Others

ନୃଶଂସ ମଣିଷ

ନୃଶଂସ ମଣିଷ

1 min
211


ଯେଉଁ ମାଆ ତତେ ଦେଇଥିଲା ଜନ୍ମ

ତାହାକୁ କରୁଛୁ ଏତେ ହୀନିମାନ।


ଯାହା କ୍ଷୀର ପିଇ ବୋଲାଉଛୁ ବୀର

ତା ପ୍ରତି କାହିଁକି ଏତେ ଅତ୍ୟାଚାର।


ଯା'ର ହାତ ଧରି ଚାଲିଛୁ ତୁ ବାଟ

ହାତରେ ତାହାର ମାରୁଛୁ ତୁ ଛାଟ।


ଯା କୋଳରେ ବଢ଼ି ହେଲୁ ଏତେ ବଡ

ଜିବନ୍ତରେ ତାକୁ କରିଦେଲୁ ମଡ଼।


ହଜି ଯିବ ଦିନେ ପରିଚୟ ତୋର 

କାହିଁକି କରୁଛୁ ଏତେ ଅତ୍ୟାଚାର।


ବିନା ଦୋଷେ ଆଜି ଦେଲୁ ତାକୁ ଦୋଷ

ତା ବିଶ୍ଵାସେ ଆଜି ଭରିଦେଲୁ ବିଷ।


ଏତେ ଅବିବେକି ଅମଣିଷ ତୁହି

ମାଆ ପ୍ରତି ତୋର ଦୟା ଟିକେ ନାହିଁ।


ଧିକ ଶତଧିକ ତୋ ପୁତ୍ର ପଣିଆ

ମାତୃ ସ୍ନେହେ ଆଜି ଲଗେଇଲୁ ନିଆଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍