STORYMIRROR

Prasanta Pradhan

Others

3  

Prasanta Pradhan

Others

ମା

ମା

1 min
325


ମାଆ ବୋଲି ଯେଉଁ ଦୁଇଟି ଅକ୍ଷର

ତା ସମାନ କେହି ନାହିଁ।

ଯେତେ କରିଲେ ମୁଁ ତାର ଗୁଣ ଗାନ

କେବେ ବି ସରିବ ନାହିଁ ।


କାନ୍ଦୁଥିଲେ ମୁହିଁ ବୁଝି ପାରୁଥିଲା

ସିଏ ମୋ ମନର କଥା।

ଅନ୍ତରୁ ତାହାର ଦେଉଥିଲା କ୍ଷୀର

ଆଉଁସି ଦେଇ ମୋ ମଥା ।


ବୁଢ଼ୀ ଅସୁରୁଣୀ ଗପ କହୁଥିଲା

ରାତିରେ ନିଦ ନା ହେଲେ ।

ଗପ ଶୁଣୁ ଶୁଣୁ ଶୋଇ ପଡ଼ୁଥିଲି

ତା କୋମଳ ଛାତି ତଳେ।


ଝୁଣ୍ଟି ପଡ଼ୁଥିଲି ଉଠାଉ ଥିଲା ସେ

ଧରି ମୋ କଁଅଳ ହାତ।

କୋଳରେ ଝୁଲାଇ ସୁଣାଉ ଥିଲା ସେ 

କେତେ ନାନା ବାୟା ଗୀତ।


ସାଙ୍ଗ ସାଥି ମେଳେ ଖେଳୁ ଖେଳୁ ଯଦି

କେବେ ସଞ୍ଜ ହୋଇ ଯାଏ।

ଖୋଜି ହେଉ ଥାଏ ଏ ଘର ସେ ଘର

ସଭିଙ୍କୁ ପଚାରୁ ଥାଏ।


ଦେଖିଛ କି ବାବୁ ପୁତ୍ରକୁ ମୋହର

କେଉଁ ଆଡେ ଯାଇଥିଲା।

ଖୋଜି ଖୋଜି ଆଜି ନୟାନ୍ତ ହେଲିଣି

ସଞ୍ଜ ଗଡି ରାତ୍ର ହେଲା।


ଘରକୁ ଆସିଲେ କାନ ମୋଡ଼ି ମୋର

ଦେଉଥିଲା କେତେ ଗାଳି।

ତା ଗାଳି ରେ ଥିଲା ଏତେ ଯେ ସେନେହ

ଜମା ମୁ ପାରୁନି ଭୁଲି।


ତୋ ବିନା କେମିତି ବଞ୍ଚିବି ରେ କହ

ଆରେ ମୋର ଗଣ୍ଠି ଧନ।

କେବେ କରିବୁନି ଏ ରଙ୍କୁଣୀ ପ୍ରତି

ତୁହି ମାନ ଅଭିମାନ।


କୋଳେ ଧରି ମୋତେ ଏମନ୍ତ ପ୍ରକାର

କେତେ କଥା କହୁଥିଲା।

ତୋ ପରି ଜନନୀ ପାଇ ଆଜି ମୋର

ଜୀବନ ଧନ୍ୟ ହୋଇଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍