STORYMIRROR

Prasanta Pradhan

Inspirational

3  

Prasanta Pradhan

Inspirational

ମୋ ମାଆ

ମୋ ମାଆ

1 min
231


ବିନ୍ଦୁଟିଏ ହୋଇ ଯେତେ ବେଳେ ମାଆ 

ତୋ ଗର୍ଭରେ ଥିଲି ମୁହିଁ

ଜାଣି ପାରିଥିଲୁ ତୁହି ଗୋ ଜନନୀ

ତୋ ଗର୍ଭେ ବଢୁଛି ମୁଁହି


ଦଶ ମାସ ମୋତେ ଗର୍ଭରେ ଧରିଲୁ

ଦୁଃଖ ଯନ୍ତ୍ରଣାକୁ ସହି

ଦଶ ମାସ ଅନ୍ତେ ଜନମ ହେଲି ମୁଁ

କୁଆଁ କୁଆଁ ରାବ ଦେଇ


ତୋ ଗର୍ଭରୁ ଯେବେ ପଡିଲି ମୁଁ ତଳେ

ଧରିତ୍ରୀ ନେଲା କୋଳେଇ

ଆଖି ଠାର ଦେଇ କହିଲା ସେ ତୋତେ

କେତେ ଭାଗ୍ୟବତୀ ତୁହି


ଜ୍ଵର ହେଲେ ମୋତେ ବଇଦ ହୋଇ ତୁ

କରୁ ଥାଉ ମୋ ଚିକିତ୍ସା

ରାତି ରାତି ତୁହି ଉଜାଗର ରହି

ଦେଉ ଥାଉ ଉସ କଷା


କେତେ ଜତନରେ ପାଳିଲୁ ତୁ ମୋତେ

ଛାତିରୁ ଅମୃତ ଦେଇ

କହଲୋ ଜନନୀ କେଉଁ ପରକାରେ

ତୋ ଋଣ ଶୁଝିବି ମୁହିଁ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational