ମୋ ମାଆ
ମୋ ମାଆ


ବିନ୍ଦୁଟିଏ ହୋଇ ଯେତେ ବେଳେ ମାଆ
ତୋ ଗର୍ଭରେ ଥିଲି ମୁହିଁ
ଜାଣି ପାରିଥିଲୁ ତୁହି ଗୋ ଜନନୀ
ତୋ ଗର୍ଭେ ବଢୁଛି ମୁଁହି
ଦଶ ମାସ ମୋତେ ଗର୍ଭରେ ଧରିଲୁ
ଦୁଃଖ ଯନ୍ତ୍ରଣାକୁ ସହି
ଦଶ ମାସ ଅନ୍ତେ ଜନମ ହେଲି ମୁଁ
କୁଆଁ କୁଆଁ ରାବ ଦେଇ
ତୋ ଗର୍ଭରୁ ଯେବେ ପଡିଲି ମୁଁ ତଳେ
ଧରିତ୍ରୀ ନେଲା କୋଳେଇ
ଆଖି ଠାର ଦେଇ କହିଲା ସେ ତୋତେ
କେତେ ଭାଗ୍ୟବତୀ ତୁହି
ଜ୍ଵର ହେଲେ ମୋତେ ବଇଦ ହୋଇ ତୁ
କରୁ ଥାଉ ମୋ ଚିକିତ୍ସା
ରାତି ରାତି ତୁହି ଉଜାଗର ରହି
ଦେଉ ଥାଉ ଉସ କଷା
କେତେ ଜତନରେ ପାଳିଲୁ ତୁ ମୋତେ
ଛାତିରୁ ଅମୃତ ଦେଇ
କହଲୋ ଜନନୀ କେଉଁ ପରକାରେ
ତୋ ଋଣ ଶୁଝିବି ମୁହିଁ