ନବଯୌବନ
ନବଯୌବନ


ନବ ଯଉବନ ଦେଖିଲି ତୁମ୍ଭର ଆହେ ପ୍ରଭୁ ଜଗନ୍ନାଥ
ରତନ ବେଦିରେ ବସିଛ ଠାକୁର
ଦେଖେଇ ଖଣ୍ଡିଆ ହାତ
ଗୁଣ୍ଡିଚା ଯାତରା କରିବ ପ୍ରଭୁ ହେ
ଭାଇ ଭଉଣୀଙ୍କୁ ଘେନି
ତୁମରି ବାଟକୁ ରହିଛି ଅନେଇ
ଧନ୍ୟ ସେ ଗୁଣ୍ଡିଚା ରାଣୀ
ବଡ଼ ଦେଉଳରେ କେମିତି ରହିବେ ମାତା ଲକ୍ଷ୍ମୀ ଠାକୁରାଣୀ
ଏକା ଛାଡ଼ି ଦେଇ କେମିତି ଯାଉଛ
ଆହେ ପ୍ରଭୁ ନୀଳମଣି
ଜଗତ ଜନଙ୍କୁ ଦର୍ଶନ ଦେବହେ
ବଡ଼ ଦାଣ୍ଡେ ହେବ ଉଭା
ଭକତ ଆନନ୍ଦେ ରଥ ଟାଣୁ ଥିବେ
ଦିଶୁଥିବ କେଡେ ଶୋଭା
ଶଙ୍ଖ ହୁଳହୁଳି ଘଣ୍ଟ ସବଦରେ
କମ୍ପୁଥିବ ଶିରିକ୍ଷେତ୍ର
ଜୀବନ ମୋହର ଧନ୍ୟ ହୋଇବହେ
ପବିତ୍ର ହୋଇବ ନେତ୍ର
ନଅ ଦିନ ପାଇଁ ଦେଉଳେ ନ ରହି
ରହିବୁ ଗୁଣ୍ଡିଚା ଘରେ
ଗୁଣ୍ଡିଚା ରାଣୀର ଗେହ୍ଲା କୁମର ହେ
ଶୁଣ ମୋ ଗୁହାରି ବାରେ
ବରଷକେ ଥରେ ଆସ ବୁଲିବାକୁ
ଭାଇ ଭଉଣୀକୁ ନେଇ
ଅଭିମାନ କରି ରହନ୍ତି ମନ୍ଦିରେ
ମାତା କମଳିନୀ ତହିଁ
ହେରା ପଞ୍ଚମୀରେ ଆସନ୍ତି ରାଗରେ
ରଥ ଚକ ଭାଙ୍ଗିବାକୁ
କେମିତି ଫେରିବ ଦେଖିବି ତୁମକୁ
ମୋର ବଡ଼ ଦେଉଳକୁ
ନଅ ଦିନ ପରେ ଫେରିଲେ ମନ୍ଦିର
ପହଡ଼ ଖୋଲନ୍ତି ନାହିଁ
ଅଭିମାନ କରି ରହି ଥାନ୍ତି ମାଆ
କାହିଁ ପାଇଁ ନେଲ ନାହିଁ
ଜେଷ୍ଠ ଭାଇ ଆମ୍ଭ ସଙ୍ଗତରେ ଥିଲେ
ସେଥିପାଇଁ ନେଲି ନାହିଁ
କଥା ଦେଉଛି ମୁଁ ତୁମ୍ଭଙ୍କୁ ଏକଦା ନେବି ନିଶ୍ଚୟ ବୁଲେଇ
ମୋହ କଥା ମାନି ତୁମ୍ଭେ କମଳିନୀ
ଦ୍ଵାରା ଦିଅ ହେ ଫିଟେଇ
ଆଣିଛି ମୁ ତୁମ ପାଇଁ ରସଗୋଲା
ଅଭିମାନ ଭୁଲି ଯାଇ
ଏମନ୍ତ ପ୍ରକାରେ ଲକ୍ଷ୍ମୀଙ୍କୁ ତୁମେ ହେ
ଅନେକ ବଚନ ଦେଲ
ରସଗୋଲ ଦେଇ ମନକୁ ବୁଝାଇ
ମନ୍ଦିରେ ପ୍ରବେଶ ହେଲ