STORYMIRROR

Prasanta Pradhan

Others

3  

Prasanta Pradhan

Others

ଆଇଲାରେ କଳାହାଣ୍ଡିଆ ବାଦଲ

ଆଇଲାରେ କଳାହାଣ୍ଡିଆ ବାଦଲ

1 min
249


ଆଇଲାରେ.....

କଳା ହାଣ୍ଡିଆ ବାଦଲଟା ଦେଖ.. ଆଇଲାରେ

କରୁଛି ଅନ୍ଧାର ମାରୁଛି ବିଜୁଳି

କଳା ମେଘ ଦେଖି ଡେଣାକୁ ପଶାଡି

ମୟୁରୀଟା ଦେଖ ନାଚିଲାରେ, ଆଇଲାରେ....


କେତେ ଦିନ ପରେ ଭସା ବାଦଲଟା

ଆମ ଗାଁ ଆଡେ ଆଇଲାରେ

ପବନ ବେଗରେ ଅଧରୁ ଅଧିକ

ଛଣ ଘର ଉଡି ଗଲାରେ .... ଆଇଲାରେ


ଆତୁର ହୋଇ ସେ ଗୋପାଳ ବାଳକ

ଗାଈ ଗୋଠ ଧରି ଧାଇଁଲାରେ

ସଞ୍ଜୁ ଓ ମଞ୍ଜୁଙ୍କୁ ଗାଈ ବାନ୍ଧ ବୋଲି

ଚିଲାଇ ଚିଲାଇ ଡାକିଲାରେ...ଆଇଲାରେ


ମାଗୁଣି ଯାଇଛି ବିଲକୁ ତାହାର

ବୁଢ଼ୀ ମାଆ ଦେଖ ଡାକିଲାରେ

ବାଡ଼ି ପୋଷା ତୋତେ ଦେଖା ଯାଉନି କି

ଘରକୁ ପଳେଇ ଆ ରେ .ଆଈଲାରେ


ଝିପ୍ ଝିପ ହୋଇ ମାରିଲା ବରଷା

ଗାଁ ଦାଣ୍ଡେ ପାଣି ବୋହିଲା ରେ

ଗୋବିନ୍ଦର ପୁଅ ଖାତା ବହି ଚିରି

ଡଙ୍ଗା ବନେଇ ଗାଁ ଦାଣ୍ଡେ ଛାଡି ଦେଲାରେ,

ଆଇଲା ରେ ....


ଆଇ ବୁଢିଟା ମୋ ପାଗ ଦେଖି କରି

ଚୁଲି ମୁଣ୍ଡେ ଦେଖ ବସିଲାରେ

ମୁଗ ଓ କୋଳଥ ଭାଜି ସେ ସଭିଙ୍କୁ

ମୁଠାଏ ମୁଠାଏ ବାଣ୍ଟିଲାରେ...ଆଇଲାରେ


ବରଷା ଛାଡ଼ିଲା କ୍ଷଣି ଗାଁ ପିଲେ

ଆମ୍ବ ତୋଟା ଆଡେ ଧାଇଁଲେରେ

ଯେତେ ଆମ୍ବ ପଡ଼ି ଥିଲା ଗଛ ମୂଳେ

ସବୁ ଭାଗ ବଣ୍ଟା କରି ନେଲେରେ 

ଆଇଲା ରେ 


ରାମ ଦାମ ଦୁଇ ଭାଇ ମିଶି ଦେଖ

ଘର ଉପରକୁ ଚଢିଲେରେ

ଉଡି ଯାଇଥିବା ଛଣକୁ ଉଠାଇ

ଘର ଥପା ତୁନା କଲେରେ 

ଆଇଲା ରେ 


ଗଲାରେ କଳା ହାଣ୍ଡିଆ 

ବାଦଲ ଟା ଚାଲି ଗଲା ରେ

ଘଣ୍ଟାଏ ରହି ସେ ଏରିଆ ଲୋକଙ୍କୁ

କେତେ ହଇରାଣ କଲା ରେ 

ଆଇଲାରେ ...ଆଇଲାରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍