STORYMIRROR

Prasanta Pradhan

Inspirational

3  

Prasanta Pradhan

Inspirational

ଜଗନ୍ନାଥଙ୍କ ଜଣାଣ

ଜଗନ୍ନାଥଙ୍କ ଜଣାଣ

1 min
316


ଜୟ ଜଗନ୍ନାଥ ଜଗତର ନାଥ

ଘେନାକର ମୋ ଗୁହାରି

ଏ ଦୁଃଖି ର ଦୁଃଖ ଶୁଣ ପଦ୍ମମୁଖ

ହେ ପ୍ରଭୁ ବିଶ୍ବବିହାରୀ।


ତୁମେ ପରଂବ୍ରହ୍ମ ତୁମେ ନିରାକାର

ତୁମେ ନିର୍ଗୁଣ ପୁରୁଷ

ତୁମେ ଅନ୍ତର୍ଯ୍ୟାମୀ ତୁମେ ଅଟ ସ୍ବାମୀ

ଢାଳି ଦିଅ ହେ ଆଶିଷ।


ସକାଳ ଧୂପରେ କେବଳ ତୁମେ ହିଁ

ତୁମେ ସଞ୍ଜ ଆଳତିରେ

ମୋ ମନ ମନ୍ଦିରେ ଭଜେ ନିରନ୍ତରେ

ପ୍ରାଣ ମୋ ତୁମ୍ଭ ପୟରେ।


ରହିଥାଉ ସଦା ଭକ୍ତି ତୁମ ପ୍ରତି

ଆହେ କମଳାଙ୍କ ନାହା

ବିପଦେ ଆପଦେ ତୁମ୍ଭେ ମୋହ ପ୍ରତି

ହେଉଥିବ ପ୍ରଭୁ ସାହା।


ତୁମେ ହେଲେ ସାହା ମିଳିଯିବ ରାହା

ଆହେ ପ୍ରଭୁ ଗିରିଧାରୀ

ହାତ ଧରି ମୋର ଦେଖାଇଲେ ପଥ

ଭବୁ ହୋଇ ଯିବି ପାରି।


ବନ୍ଧୁଟିଏ ବୋଲି କରୁଛି ଗୁହାରି

ଆହେ ପ୍ରଭୁ ଦିନବନ୍ଧୁ

ଢାଳିଦିଅ ପ୍ରଭୁ କରୁଣା ତୁମର 

ଆହେ କରୁଣାର ସିନ୍ଧୁ।


ଚଢ଼େଇବି ନିତି ତୁମରି ମଥାରେ

ତୁଳସୀର ମାଳ ମୁହିଁ

ଚନ୍ଦନ କର୍ପୂର ସୁବାଷେ ତୁମକୁ

ସ୍ନାନ କରି ଦେବି ମୁହିଁ।


ଦିନକ ପାଇଁ ରେ କରିବୁ ଶବରୀ

ବାଛି ଖୁଆଇବି ଫଳ

ଚାଖି ଚାଖି କେତେ ଆଣିବି ମୁ କୋଳି

ଖୁଆଇବି କନ୍ଦମୂଳ।


ମାଗୁନାହିଁ ପ୍ରଭୁ ସରଗର ସୁଖ

ମାଗୁ ନାହିଁ ଧନ ଜନ

କେବଳ ଏତିକି କରୁଛି ମିନତୀ

ଆହେ ପ୍ରଭୁ ଗଜାନନ।


ନିତି ତୁମ ନାମ କରିବି ଭଜନ

ଥିବା ଯାଏ ମୋର ପ୍ରାଣ

ପ୍ରାଣ ଛାଡିଗଲେ ପିଣ୍ଡରୁ ମୋହର

ବଇକୁଣ୍ଠେ ଦେବ ସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational