STORYMIRROR

Prasanta Pradhan

Others

3  

Prasanta Pradhan

Others

ଅଦିନ କୁହୁଡି

ଅଦିନ କୁହୁଡି

1 min
254


ଅଦିନ କୁହୁଡି ମାଡ଼ି ଆସିଲାଣି

ଭାରି ଡର ଲାଗେ ମୋତେ ।

ଚାରି ଦିଗ ମୋତେ ଦିଶେ ଅନ୍ଧକାର

କାଳ ଆସିଲାକି ସତେ ।।


ଯାହା ହାତ ଧରି ବାଟ ଚାଳୁଥିଲି

 ଅଧ ବାଟେ ଗଲା ଛାଡି ।

ହାଟର ସଉଦା ହାଟରେ ରହିଲା

ଛାଡି ଚାଲିଗଲା ଗାଡ଼ି ।।


କଥା ଦେଇଥିଲା ଜନ୍ମ ଜନ୍ମ ପାଇଁ 

ସାଥିଟିଏ ହେବା ପାଇଁ ।

ହୃଦୟରେ ସଦା ରଖିବି ତୁମକୁ 

କେବେ ମୁଁ ଭୁଲିବି ନାହିଁ  ।।


ତୁମ ବିନା ଆଜି ଏ ଘର ଅଗଣା

ଯାଇଛି ନିସ୍ତବ୍ଧ ହୋଇ ।

ସଂଜବତୀ ଆଉ କିଏ ଜଲେଇବ

ମୁଣ୍ଡରେ ଓଢଣା ଦେଇ ।।


ସଂଜ ଓ ସକାଳେ ନିଇତି ଦେଖୁଛି

ତୁମର ପୁରୁଣା ଛବି ।

ତୁମ ପାଇଁ କେତେ ଲେଖୁଛି କବିତା

ତୁମ କଥା ଭାବି ଭାବି ।।


ହୃଦୟ ବିଚରା ତୁମରି ବିହୁନେ 

ହୋଇ ଯାଇଅଛି ଏକା ।।

ସାତ ରଙ୍ଗ ଥାଇ ତୁମେ ନାହଁ

ବୋଲି ସବୁ ଲାଗେ ଫିକା ଫିକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍