STORYMIRROR

Tapaswini Sarangi

Inspirational

3  

Tapaswini Sarangi

Inspirational

ଉତ୍କଳମଣି

ଉତ୍କଳମଣି

1 min
232


ସେବା ମନୋଭାବେ  ଜଗତ ଜିଣିଲ

     ଦୁଃଖୀଜନଙ୍କର ବନ୍ଧୁ

ବନ୍ୟା ବାତ୍ୟା ବେଳେ ସାଥେ ଠିଆ ହେଲ

     ନାମ ତୁମ ଗୋପବନ୍ଧୁ।।

ସାହିତ୍ୟ କ୍ଷେତ୍ରରେ   ନାମ ରଖିଗଲ

    ଲେଖି ବନ୍ଦୀ ଆତ୍ମକଥା

କାରା କବିତା ଯେ  ପ୍ରସିଦ୍ଧି ଲଭିଲା

     ଗାଇଲା ତୁମରି ଗାଥା।।

ସ୍ୱାଧୀନତା ପାଇଁ   ସଂଗ୍ରାମ କରିଲ

     କଳିଙ୍ଗ ମଉଡ଼ ମଣି

ଶିକ୍ଷା କ୍ଷେତ୍ର ତୁମ  ସତ୍ୟବାଦୀ ଝୁରେ

     ପ୍ରଣାମ ଉତ୍କଳମଣି।।

ନିଜ କଥା କେବେ  ଚିନ୍ତା କରିନାହଁ

     ଦେଇଗଲ ବଡ଼ ମତ

ଯେ ମଣିଷ ପରି    ମଣିଷ ହବୁତ

   ପାତିବୁନି କେବେ ହାତ।।



Rate this content
Log in

Similar oriya poem from Inspirational