ଉତ୍କଳମଣି ଗୋପବନ୍ଧୁ
ଉତ୍କଳମଣି ଗୋପବନ୍ଧୁ
ଉତ୍କଳ କିରୀଟ ଗୋପବନ୍ଧୁ ଦାସ
ମନେପଡ ଆଜି କାହିଁ
ଦରଦୀ ହୃଦୟ ଦୁଃଖୀ ଜନଙ୍କ ର
ଖୋଜିଲେ ମିଳିବ ନାହିଁ॥
ଅକ୍ଟୋବର ନଅ ତୁମ ଜନ୍ମ ଦିନ
ସୁଆଣ୍ଡ ର ମାଟି ଗୋଡି
ଟେକି ଧରିଦେଲେ ପାଣି ପବନରେ
ଅଭୁଲା ସ୍ମୃତିର ମୁଣି ॥
ବଢି ମରୁଡିରେ ଚୁଡା ଚାଉଳକୁ
ବାଣ୍ଟୁଥିଲ ନିଜ ହାତେ
ପର ଉପକାର ଗୀତା ସାରମର୍ମ
ସମର୍ପିତ ପରହିତେ॥
ଏକଇର ବାଳା ଛାଡି ଚାଲିଗଲ
ବିଶ୍ବ ଭାବନାର ମତେ
ମିଶାଇଲ ଦେହ ଗରୀବ ସେବାରେ
ଉପଲବ୍ଧି ମହା ମନ୍ତ୍ରେ॥
ଏକାଧାରେ ତୁମେ କବି ରାଜନେତା
ଦରଦୀ ବନ୍ଧୁ ତ୍ୟାଗରେ
ସାକ୍ଷୀ ରହିଅଛି ଛୁରିଅନା କୁଞ୍ଜ
ବକୁଳ ବନ ସୁମରେ ॥
ତପୋଭୂମି ପଞ୍ଚ ସଖା ସହୋଦର
ପୁଣ୍ଯ କୀର୍ତ୍ତି ଅର୍ଜନରେ
ସତ୍ଯବାଦୀ ବନ ବିଦ୍ୟାର ଆଳୟ
ମଣିଷ ଗଢା କଳରେ॥
କାରାର କବିତା ବନ୍ଦି ଆତ୍ମକଥା
ବସି ବାଷ୍ପୀୟ ଶକଟେ
ସୌନ୍ଦର୍ଯ୍ୟ ବିଭୋର ଶିରୀ ଉତ୍କଳର
ବନ୍ଦୀ ଜୀବନ ସଙ୍କଟେ॥
ଯୋଗ୍ୟ ସନ୍ତାନ ଅଟ ବର ପୁତ୍ର
ଉତ୍କଳ ମଣି ପ୍ରକଟେ
ଆଜି କାହିଁ ତୁମେ ବେଶି ମନପଡ
ଉତ୍କଳମଣି ଗୋପବନ୍ଧୁ ।।
