ଉତ୍କଳମଣି ଗୋପବନ୍ଧୁ ସ୍ମରଣେ
ଉତ୍କଳମଣି ଗୋପବନ୍ଧୁ ସ୍ମରଣେ
ଆଙ୍କି ହୋଇଯାଏ ସୁଖ ପ୍ରାପ୍ତିର ଚିହ୍ନ
ପୂଣ୍ୟର କାର୍ଯ୍ୟ ଚଳଣୀରେ,
ତେଣୁ ତୁମେ ଏବେ ଚିର ଉଦ୍ଭାସିତ
ଥାଇ ମଧ୍ୟ ଅଜଣା ସ୍ବର୍ଗଭୂମିରେ ।
କିଏ କହେ ତୁମକୁ ହେ ଉତ୍କଳ ମଣି,
ଦୁଃଖି ଜନଗଣଙ୍କ ମଣି
କିଏ କହେ ଦୀନ ଅନାଥର ନାଥ ହେ
ଉତ୍କଳ ନାଥ ସୁଆଣ୍ଡୋ ମଣି ।
ଧନ୍ୟ ତୁମ ପିତା ଦଇତାରୀ ଦାଶ ଓ
ମାତା ସ୍ଵର୍ଣ୍ଣମୟୀ
ଧନ୍ୟ ହୋଇଲା ପୁରୀ, ଉତ୍କଳ, ଭାରତ
ସୁଆଣ୍ଡୋ, ତୁମକୁ କୋଳେ ପାଇ ।
ଜନ୍ମଭୂମିର ସ୍ୱାଧୀନତା ପାଇଁ ରଣେ ଝାସ
ଦେଲ, ଆହେ ଗୋପବନ୍ଧୁ
କାନ୍ଦୁ ଥିଲ ସଦା ଦୁଃଖୀ ଦରିଦ୍ର ଜନତା ଙ୍କ
ପାଇଁ, ହେ ଦରିଦ୍ର ର ବନ୍ଧୁ ।
କାରାବାସରେ ରଖିଲା ବିଦେଶୀ ଶାସକ,
ଲେଖିଲ କାରା କବିତା
ଅନନ୍ୟ ବ୍ୟକ୍ତିତ୍ଵ, ଲେଖି ଧର୍ମପଦ, ଗୋ
ମାହାତ୍ମ୍ୟ ଓ ଅବକାଶ ଚିନ୍ତା ।
ଆଉ କିଏ ସରି ହେବ କୁହ ଦୁଃଖୀର
ମୁହେଁ ହସ ଫୁଟାଇବା ପାଇଁ
ଡାକ ଶୁଣି, ହେ ଦରିଦ୍ରର ବନ୍ଧୁ, ଏକମାତ୍ର
ସନ୍ତାନକୁ ଗଲ ଛାଡ଼ି ଦେଇ ।
ସ୍ୱାର୍ଥଛାଡି ସମାଜ ପାଇଁ ଚିନ୍ତା ଦିନରାତି
ହେ କର୍ମଯୋଗୀ, ପବିତ୍ର ଦେଶେ
ଏମିତି କା ପୁଅ ପାଇ ମୋ ଉତ୍କଳ ପ୍ରାନ୍ତ
ପବିତ୍ର ଆଜି ସାରା ଭାରତ ବର୍ଷେ ।
ହେ ଗୋପବନ୍ଧୁ ତୁମେ ଥିଲ ମଣିଷେ ବିପଦ
ର ବନ୍ଧୁ, ଅନନ୍ୟ ତୁମ ବ୍ୟକ୍ତିତ୍ଵ
ଶବ୍ଦ କୋଷ, ଭାଷା କୋଷରୁ ପାଉନି ଶବ୍ଦ,
କରଇ ସ୍ମରଣ ବୁଝି ତୁମ୍ଭର ମହତ୍ତ୍ଵ ।
