ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ
ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ
ଉତ୍କଳ କେଶରୀ
ଡକ୍ଟର ହରେକୃଷ୍ଣ ମହତାବ
==============
ଆହେ ହରେକୃଷ୍ଣ ଉତ୍କଳ କେଶରୀ ।
ମହତାବ ତୁମ୍ଭେ ଜାତି ମହତାରି ।।
ନବ ଉତ୍କଳର ତୁମେ ହିଁ ନିର୍ମାତା ।
ତବ ଜନ୍ମଦିନେ ମନେପଡ଼େ କଥା ।।
ଜାତି ଇତିହାସ ତୁମେ ପରା ଲେଖି।
ଉତ୍କଳ ମାତାଙ୍କ କଥା ଗଲ ରଖି ।।
ତବ ଇତିହାସ ପଢ଼ିଥିଲି ଦିନେ ।
ପୁଷ୍ଟ ପୃଷ୍ଠା ଯାର ବହୁ ଉପାଖ୍ୟାନେ ।।
ତୁମ୍ଭ ପରି ଆଉ କିଏସେ ହୋଇବ ।
ଜନନୀର ଗାଥା ଜଗତେ କହିବ ।।
ବସାଇଲ କେତେ କଳ କାରଖାନା।
ହୀରାକୁଦ ବନ୍ଧ ତୁମ୍ଭରି ଯୋଜନା ।।
ଭୁବନେଶ୍ବରରେ ନୂଆ ରାଜଧାନୀ ।
କଟକ ନଗରରେ ଆକାଶ ବାଣୀ ।।
ଧନ୍ୟ ଧନ୍ୟ ସେହି ଭଦରକ ମାଟି ।
ଉତ୍କଳର ପଦ୍ମ ଯହିଁ ଥିଲା ଫୁଟି ।।
ପାଇଅଛ କେତେ ସନନ୍ଦ ସମ୍ମାନ ।
ନିଜ ଗୁଣେ ଗୁଣି ତୁମ୍ଭେ ମହିୟାନ ।।
ଲେଖିଅଛ ବହୁ ଗଳ୍ପ ଉପନ୍ୟାସ ।
ବିଷୁବ ମିଳନ କବି ସମାବେଶ ।।
ସାମ୍ବାଦିକତାରେ ନାହିଁ ପଟାନ୍ତର ।
ପ୍ରଜାତନ୍ତ୍ର ଗାଏ ପ୍ରତିଭା ତୁମ୍ଭର ।।
ବମ୍ବେ ପ୍ରଦେଶର ଶାସନ ଶୃଙ୍ଖଳ ।
ପ୍ରଥମ ଓଡ଼ିଆ ତୁମ୍ଭେ ରାଜ୍ୟପାଳ।।
ଭଦରକେ ରାଜେ ବାଣୀଙ୍କ ମନ୍ଦିର ।
ଚିର ସ୍ମରଣୀୟ ତୁମ୍ଭେ ଏ ଜାତିର ।।
ଉତ୍କଳ ଜନନୀ ଯୋଗ୍ୟତମ ସୁତ ।
ଜନ୍ମଦିନେ କରୁ ଆମ୍ଭେ ପ୍ରଣିପାତ ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
