STORYMIRROR

Gyanendriya Dash

Inspirational Children

4  

Gyanendriya Dash

Inspirational Children

ଉତ୍କଳ ଜନନୀ ସନ୍ତାନ ଆମେରେ

ଉତ୍କଳ ଜନନୀ ସନ୍ତାନ ଆମେରେ

1 min
301


ଉତ୍କଳ ଜନନୀ ସନ୍ତାନ ଆମେରେ

ତିଳେ ନାହିଁ ଭେଦଭାବ ।

ଏକତାର ମନ୍ତ୍ରେ ଏକତାର ବଳେ

ରଖିବା ତାର ଗୌରବ ।


କଳାର କ୍ଷେତ୍ରରେ ଆମେରେ ନିପୁଣ

ସାହିତ୍ୟରେ ଆଗ ଧାଡ଼ି ।

ପୂରୁବ ପୁରୁଷ ଯାହା କହିଛନ୍ତି

ଯିବାନାହିଁ ପଥ ହୁଡ଼ି ।


ଧରମାର ଡାକ ଏବେବି ଶୁଭୁଛି

ଚନ୍ଦ୍ରଭାଗା ନଈ ବୁକେ ।

ସ୍ବାଧୀନତା ଆମ ଜନ୍ମ ଅଧିକାର

ବାଜି ରାଉତ ମୋ ଡାକେ ।


ଦୀନ ଦରିଦ୍ରଙ୍କ ମୁଖେ ଅନ୍ନ ଦେଇ

ସାଥି କରି ଆଗେଇବା ।

ମଧୁବାବୁଙ୍କର ସ୍ବପ୍ନର ଉତ୍କଳ

ତା ନାମ ଉଚ୍ଚେ ରଖିବା ।


ଦେଶ ଜାତି ସେବା ପରମ କର୍ତ୍ତବ୍ୟ

ବାଣୀ ଗୋପବନ୍ଧୁଙ୍କର ।

ମାତୃଭୂମି ମାତୃ ଭାଷାର ସୁରକ୍ଷା

ଲେଖିଗଲେ ଗଙ୍ଗାଧର ।


ଉତ୍କଳ ଦିବସ ସାର୍ଥକ ହୋଇବ

ଉତ୍କଳ ନିବାସୀ ଯେବେ ।

ବିଶ୍ୱ ଦରବାରେ ଉତ୍କଳର ନାମ

ଶୀର୍ଷରେ ରଖି ପାରିବେ ।


      


Rate this content
Log in

Similar oriya poem from Inspirational