ଉତ୍କଳ ଗୌରବ
ଉତ୍କଳ ଗୌରବ
ଓଡ଼ିଆ ଭାଷାକୁ ଓଡିଶାକୁ ତୁମେ ହିଁ ତ ଦେଇଥିଲ ସମ୍ମାନ
ହୃଦୟରେ ମନେ ପଡୁଅଛ ଭୀଷ୍ମ ପିତାମହ ମଧୁସୂଦନ ।
ଓଡ଼ିଆ ଭାଷା ପାଇଁ ଝୁରୁଥିଲା ସବୁଠି ତୁମରି ପ୍ରାଣ
ତୁମ କବିତା ତୁମ ଲେଖନୀ ଦେହେ ଭରିଲା ଶିହରଣ ।
କଟକର ସତ୍ୟଭାମା ପୁରେ ତୁମେ ହୋଇଥିଲ ଜନମ
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ କରିଥିଲ ଉଦ୍ୟମ ।
ଓଡ଼ିଆ ଭାଷାକୁ ବଞ୍ଚାଇବା ଲାଗି ତୁମେ କରିଥିଲ ସ୍ୱର ଉତ୍ତୋଳନ
ଓଡ଼ିଆ ପୁଅକୁ ଜାଗ୍ରତ କରାଇ କରିଥିଲ ଉତ୍କଳର ଗୁଣଗାନ ।
ଉତ୍କଳ ପ୍ରଦେଶ ଗଠନରେ ଥିଲା ତୁମର ତ ମୁଖ୍ୟ ଅବଦାନ
ଓଡ଼ିଆ ଭାଷା ଓଡିଶା ମାଟିରେ ସମର୍ପିତ ଥିଲା ତୁମରି ମନ ।
ଉତ୍କଳ ଗୌରବ ମଧୁବାବୁ ମଧୁ ବାରିଷ୍ଟର ବୋଲାଇଲ
କୋଟି ଓଡିଶାଙ୍କ ହୃଦୟରେ ତୁମେ ଅମର ହୋଇ ରହିଲ ।
