STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଉତ୍କଳ ଦୀପିକା ଓ ଗୌରୀଶଙ୍କର

ଉତ୍କଳ ଦୀପିକା ଓ ଗୌରୀଶଙ୍କର

1 min
272

ନଅଙ୍କ ଦୁର୍ଭିକ୍ଷ ଦାଉ ସାଜିଥିଲା ଓଡିଶା ଭିତର,

ମେରୁଦଣ୍ଡକୁ ଦୋହଲାଇ ଦେଲା ସରବ ଓଡିଆର ।


ପରିଣତ କରି ଦେଇଥିଲା ଓଡିଶାକୁ ଶ୍ମଶାନରେ,

ମଣିଷ ରହୁଥିଲେ ଅଶିକ୍ଷା ଓ ଅନ୍ଧବିଶ୍ୱାସରେ ।


ଛିନ୍ନ ବିଛିନ୍ନ ହୋଇ ପଡିଥିଲା ଆମ ଧର୍ମ ଓ ଦର୍ଶନ,

ସାହିତ୍ୟ, କଳା, ସ୍ଥାପତ୍ୟ ଏବଂ ବାଣିଜ୍ୟ ଜାଣ ।


ଯୋଜନା ଥିଲା, ବିଲୋପ ପାଇଁ ଓଡ଼ିଆ ଭାଷାର,

ଧୂର୍ତ୍ତ ବଙ୍ଗାଳୀ, ତେଲେଙ୍ଗା ଓ ହିନ୍ଦିଭାଷୀ ନରଙ୍କର ।


ଏଇ ପରିସ୍ଥିତିରେ କିଏ ଉଦ୍ଧାରିବ ଓଡିଆ ଜାତିକୁ

ଏଇ ପରିସ୍ଥିତିରେ କିଏ ଉଦ୍ଧରିବ ଓଡିଆ ଭାଷାକୁ ।


କିଏ ଦେଖାଇବ ନୂତନ ଆଲୋକ ଆମ ଓଡିଆଙ୍କୁ

ଅନ୍ଧକାରରୁ ମୁକୁଳିବା ପାଇଁ କିଏ ଯୋଗାଇବ ପଥକୁ ।


ଦୋହଲାଇ ଦେଇଛି ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ,

ଓଡ଼ିଆ ଜାତି ଖୋଜି ଚାଲି ଥିଲା ଜଣେ ଜନନେତାଙ୍କୁ ।


କିଛି ଦେଖୁଥିଲେ ଓଡ଼ିଶାରେ ନବଜାଗରଣର ସ୍ଵପ୍ନକୁ,

ଜାଣିଛ କି ସେଇ କେତେ ଜଣ ଭାଷାର ପ୍ରେମୀଙ୍କୁ ।


ସେହି ଦେଶପ୍ରେମୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଗଣ,

ଚିନ୍ତା କରିଥିଲେ ମୋ ଜନ୍ମଭୂମିର କିଛି ଯୁବଓଡ଼ିଆ ଜାଣ ।


 ୨୬ ବର୍ଷୀୟ କର୍ମବୀର ଯୁବକ ଗୌରୀଶଙ୍କରଙ୍କ ଚେଷ୍ଟାରେ,

ବାହାରିଲା ଉତ୍କଳ ଦୀପିକା ୧୮୬୬ ଅଗଷ୍ଟ ୪ ତାରିଖରେ।


ଓଡିଶା ଭୁଖଣ୍ଡର ଆକାଶରେ ନୂତନ ସୁରୁଜଟିଏ ଉଇଁଲା,

ଶିକ୍ଷିତ, ମଧ୍ୟବିତ୍ତ ଶ୍ରେଣୀ, ସଂଘ ସମିତିର ଆବିର୍ଭାବ ହେଲା ।


ଗଢିଉଠିଲା ଅନେକ ଅନୁଷ୍ଠାନ ଓଡିଶା ଗାଁ ଗଳି ଭିତର

ଆରମ୍ଭ ହେଲା ଭାଷାପ୍ରୀତି, ଉତ୍କଳପ୍ରୀତି ରେନେସାଁ ଯୁଗର ।


Rate this content
Log in

Similar oriya poem from Inspirational