କବିତା - ଉର୍ଦ୍ଧ୍ଵକପାଳୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୯-୦୭-୨୯୨୫
ବସି ଭାବୁଥିଲି ନିକାଞ୍ଚନେ
ଜହ୍ନ ତାରାମେଳେ ମଣ୍ଡଳେ
ପଦ୍ମ ବେଣ୍ଟ ପୋଖରୀ ଜଳେ
ଫୁଲ ଗଛ ଗଭାରେ ଫାଳେ
ଫଳ ନଇଁ ପଡ଼େ ଗହଳେ ଓହଳେ
ସୃଷ୍ଟିର ସର୍ଜନାକାର ଆହେ ବିଶ୍ଵ ନିଅନ୍ତା
ତୁମରି ହାତର କାଉଁରୀ ଛୁଆଁରେ
ସୃଷ୍ଟି ଆତଯାତ ଆହେ ଭାଗ୍ୟ ବିଧାତା
ପ୍ରକୃତିର ସର୍ବୋତ୍ତମ ସୃଷ୍ଟି ସଜେଇ ରଖିଛ
ଆନନେ କାନନେ କରି ସ୍ରୋତସ୍ୱିନୀ ଜିଅନ୍ତା
ହଠାତ୍ ଶୁଭିଲା ମୃଦୁ ଗୁଞ୍ଜନ
କେହି ଜଣେ ଅଗଣା ଡେଇଁ ଚାଲିଗଲା
ପାଉଁଜର ବଜେଇ ଋଣୁଝୁଣ
ବଉଳ ଫୁଲର ବାସନା ଭରା ପବନ
ଭାସି ଆସିଲା ହାବୁକା ହାବୁକା କଣ କଣ
ମିଠା ଦହି ପରି ମଧୁର ମିଶ୍ରଣ ଭିତରେ
ମିଶ୍ରି ବୋଳା କପୋଥ କଥନ
ରହି ରହି ଶୁଭୁଥିଲା ଦରଜା ଉହାତୁ
ସତରେ କୋକିଳ କଣ୍ଠିର ଶବ୍ଦ ଗୁଞ୍ଜନ
ନିଜକୁ ବସେଇ ରଖିବା ଚୌକିରେ
ଅସମ୍ଭାଳ ହେଲା ସନ୍ଦିହାନ
ଖବର କାଗଜ ପୃଷ୍ଠାରେ ଆଖିକୁ ସ୍ଥାନିତ କରିବା
ଅସମ୍ଭବ ଲାଗିଲା ଅର୍ବାଚୀନ
ଆଖି ପଲକରେ ଝଲକରେ ଥରେ ମାତ୍ର
ଦେଖିବାକୁ ମନ ବେପଥୁରେ
ରହି ରହି ଉଠୁଥିଲା ମୃଦୁ କମ୍ପନ
ଅଣ୍ଟା ସଲଖି ଉଠିଲି ଛିଡ଼ାହେଲି
ବାଁ ପାପୁଲିରେ ମୁଣ୍ଡ ବାଳକୁ ସାଉଁଳି ନେଲି
ନିଶ ହଳେକୁ ଆଙ୍ଗୁଳିର ପ୍ରଳେପ ଦେଇ ଥମେଭଲି
ପାରିଥି ପାଇଁ ନିଜକୁ ପ୍ରସ୍ତୁତ କରିନେଲି
ହେଇ ଶୁଣୁଛ କହି ଡାକି ଦେଲି
ଘର ଭିତରକୁ ନାକ ସିଧା ପଶିଲି
ଉତ୍କଣ୍ଠା ପୂରା ଚରମ ସୀମାରେ
ଲମ୍ଫ ପ୍ରଦାନ କରିବାକୁ ଖପା ଖପ୍
ହପା ହପ୍ ବେଙ୍ଗ ପରି ଜାଣିଗଲି
ପରଦା ହଟାଉ ହଟାଉ ଦୃଷ୍ଟିବଦ୍ଧ ହେଲା
ଛାୟାମୂର୍ତ୍ତି ପରି ଆଢୁଆଳେ
କାହାର ନିତମ୍ବ ଆବୋରୀ ଚୂର୍ଣ୍ଣ କୁନ୍ତଳ
ଦୋଳି ଖେଳୁଥିଲା ମେଘମାଳେ
କାନ୍ଥ ଆଇନାରେ ରମଣୀୟ କମନୀୟ ଛବିଟେ ଫୁଟିଛି ପୂରା ପୂର୍ଣ୍ଣିମାସୀ ଉତ୍ପଳ
ସବୁ ଫିକା ଯାବତୀୟ ପାସଙ୍ଗରେ ପଡିବେନି
ତୁଳନା ବାହାରେ ମଧୁମୟ ସୃଷ୍ଟି ଉର୍ଦ୍ଧ୍ୱଫଳ
ପ୍ରକୃତି ପ୍ରେମୀ ଆଜି ହେଲା ପରାସ୍ତ
ମାନିନେଲି ଆଖିରେ ଦେଖିଲି
କୁମ୍ଭପକା ଅମ୍ବର ଫୁଟି ଦିଶୁଥିଲା
ଦୁଧ ସର ଲବଣୀ ଆଉଟା ରଙ୍ଗରେ ମସ୍ତ
ମାନିନେଲି ଆଜି ବେନି ହାତ ଯୋଡି ଦେଲି
ଶଶି ଆକାଶରେ ଉଇଁଲେ ବି
ଘରେ ଫୁଟିଥିବା ମୁରୁକି ହସୁଥିବା
ନିଳାମ୍ବୁ ରମଣୀ ଆଗରେ ତୁଚ୍ଛ କଲି
ଚମ୍ପାକଢି ପାଦ ପଦ୍ମରେ ଦେଖିଲି
ନୟନ ଯୋଗଳ ପଲକ ବିହୀନ ମୁଦ୍ରାରେ
ଅୟୁତ ଯୁଗର ନିୟୁତ କାମନା ପାଇଲି
ବାଷ୍ପୀୟ ବାମ୍ପୀୟ ହୋଇ ଉର୍ଦ୍ଧ୍ଵକପାଳୀ ହେଲି