ଉପହାର
ଉପହାର
ଭାଇ ମୋର ଶ୍ରେଷ୍ଠ ନମୁନା ହିମାଳୟର
ଭାଇ ମୋର ପୁଣ୍ୟତୋୟା ନଦୀ ଗଙ୍ଗାଜଳ
ଭାଇମୋର କୋଟିଏରେ ଗୋଟିଏ
ଆକାଶରେ ତାରାମଧ୍ୟେ ଜହ୍ନଟିଏ।
ଭଇମୋର ପୁଣ୍ୟ ବଟବୃକ୍ଷଟିଏ
ଯେଉଁଠି ତରନ୍ତି ପାପୀ ତାପି ଯେତେ
ଭାଇ ମୋର ସୁନା ମୃଗଟିଏ
ଯା ମହକରେ ମହକିତ
ତାର ଚର୍ତୁଃପାଶ ଯେତେ।
ଭାଇମୋର ଦୂର ଆକାଶର ନୀଳିମାରେ
ସାଗରର ଗଭୀରତାରେ
ନୀରବ ନିଶ୍ଚଳ ସଦା ଗୁରୁଗମ୍ଭୀର ସ୍ବଭାବ ତାର ।
ଭାଇମୋର ଦୀପ୍ତିମୟ ସୂର୍ଯ୍ୟଙ୍କ ଆଭାରେ
ଜହ୍ନର ଶୀତଳ ସ୍ପର୍ଶରେ
ଝିଲ୍-ମିଲ୍ କରୁଥିବା ତାରାଙ୍କ ଆଶ୍ବାସନାରେ।
ଭାଇ ମୋର ଆଦର୍ଶ, ତ୍ୟାଗ, ସଂସ୍କାରର ମହର୍ଷିଟିଏ
ଭାଇ ମୋର ଅନବଦ୍ୟ ସୃଷ୍ଟିର ଅନବଦ୍ୟ ଉପମାଟିଏ।
