ଉପହାର ପ୍ରେମିକାକୁ
ଉପହାର ପ୍ରେମିକାକୁ
ହେ ପ୍ରେୟସୀ ରଖିଛି ମୁଁ ତୁମ ପାଇଁ
ଜ୍ୟୋସ୍ନାବିଧୈ।ତ ରଜନୀର ଆକାଶ
ଟୋପାଏ ବର୍ଷା ବିନ୍ଦୁ
ଆଉ ନଦୀର ସ୍ବଚ୍ଛଜଳଧାରେ
କ୍ଷୁଦ୍ର ସ୍ବପ୍ନଟିଏ ତୋଳି
ବୁନ୍ଦାଏ ଫୁଲର ସୁରଭି ।
ରଖିଛି ତୁମପାଇଁ ମୁଁ
ମହୋଦଧିର ଶୀତଳ ସମୀର ଟିଏ
ଶରତ ଜହ୍ନର ଶୀତଳତା ସାଥେ
କାର୍ତ୍ତିକ ର ପାହାନ୍ତି ସକାଳ
ମୁହୂର୍ତ୍ତ ଟେ ଶ୍ରାବଣ ସନ୍ଧ୍ୟାର
ଏକାନ୍ତ ଆତ୍ମୀୟ ପଣଟିଏ
ମୁଠାଏ ଫଗୁଣର ରଂଗସାଥେ
ରଙ୍ଗଲଗା ଲୁଗା
ସାଉଁଟିଛି ତୁମ ପାଇଁ
ସଜ ପ୍ରସ୍ଫୁଟିତ ନାଳି ଗୋଲାପଟିଏ
ତା ସାଥେ ତପନ ର ପହିଲି କିରଣ
ରଖିଛି ବିନ୍ଦୁଏ ସ୍ୱଚ୍ଛ କାକର ବିନ୍ଦୁ
ବିଶ୍ବାସକୁ ନେଇ
ଧାରଟିଏ ଶୈଶବର ହସ
ଅପେକ୍ଷା କରିଛି; ପ୍ରେୟସୀ
ଆସ ନେଇଯିବ ସାଉଁଟା ଉପହାର
ପ୍ରତିଦାନେ ଚାହେଁନା ମୁଁ କିଛି
ମାୟାମୃଗ ଅବା ବାସର ରାତି
ଚାହିଁବା ଯଦି ରଖିଦେବ ସ୍ମୃତି ଫରୁଆଟିଏ
ଯଦି ଥିବ ସ୍ନେହ,ପ୍ରେମ ଓ ବିଶ୍ୱାସ
ବିଶ୍ୱାସର ପର୍ଦାତଳେ ସାଇତି ରଖିବ ସବୁ
ହଜାଇ ଦେବନି ତାକୁ ସମୟର ଅତଳ ଗର୍ଭରେ ।
ବିକୃତି ଲାଗିଲା ଯଦି କେବେ
ଫିଙ୍ଗି ଦେବନି ଅଳିଆ ଗଦାକୁ
ଫେରାଇବ ସମୟ ଉପଲବ୍ଧି ଦେଖି
ଯହିଁରେ ମୁଁ ଫୁଟାଇବି
ସ୍ମୃତିର ପଦ୍ମ ଫୁଲଟିଏ
ତୋଳି ରଖିବି ସୁରଭିକୁ ଜୀବଥିବା ଯାଏ ।

