STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ଉନ୍ମେଷ

ଉନ୍ମେଷ

1 min
276


ମୋ ମନ ସିଲଟରୁ ଯାଉ ଲିଭି

ଯନ୍ତ୍ରଣା ଜର୍ଜରିତ ଯେତେ ସ୍ମୃତି ଅନୁଭୂତି

ଦୁଃସହ୍ଯ ଅତୀତ ନେଉ ସଲିଳ ସମାଧି

ଅବସାଦ ଅବଶୋଷ ସବୁ ହେଉ ଶେଷ

ନୂଆ ନୂଆ ଆଶାରେ ପୁରିଉଠୁ ବୁକୁ

ରାଶି ରାଶି ଉତ୍ସାହରେ ନାଚିଉଠୁ ଆପାଦମସ୍ତକ!!

ଜୀଇଁବାକୁ ଦିଆଯାଉ ଥରେ ମୋତେ

ବନ୍ଧନ ମୁକ୍ତ ପକ୍ଷୀ ସମ ପ୍ରକୃତିର କୋଳେ

ଉଡ଼ିବାକୁ ଚାହେଁ ଆପଣାର ଡ଼େଣା ମେଲି

ନୀଳ ଆକାଶର ନୀଳ ନୀଳିମାରେ

ଭୁଲି ସଂକୀର୍ଣ୍ଣ ସୀମା ସରହଦ

ଦେଶ ଓ ଜାତିର ଭୌଗୋଳିକ ସ୍ଥିତି

ମୋ ଲାଗି ନରଖୁ ବାଧାବିଘ୍ନ କିଛି!!

ମୁଁ ଗାଇବାକୁ ଚାହେଁ ମନ ଖୋଲି

ଶାନ୍ତି - ମୈତ୍ରୀ - ପ୍ରୀତିର ସୁମଧୁର ଗୀତି

ମୁକ୍ତିକାମୀ ପ୍ରତିଟି ପ୍ରାଣୀର ହୃଦୟେ

ସୃଷ୍ଟି ହେଉ ନବ ଗୁଞ୍ଜରଣ

ଉଠୁ ଜାଗି ପାଉଁଶ ଗଦାରୁ ଜୀବନ

ଛିଣ୍ଡାଇ ଦୁନିଆର ସକଳ ଶୃଙ୍ଖଳ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action